କରୋନା ଭ୍ୟାକ୍ସିନ୍ ନେଇ ବର୍ଷର ପ୍ରଥମ ଦିନରେ ଆସିପାରେ ବଡ଼ ନିଷ୍ପତ୍ତି

1 min read
Big Decision Can Be Taken On First Day Of The New Year Regarding The Corona Vaccine

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟର ଅପେକ୍ଷା । ସରିଯିବ ବର୍ଷ ୨୦୨୦ । କରୋନା ସଂକଟର ବର୍ଷ ସରିବ । ନୂତନ ଆଶା, ଆଂକାକ୍ଷା ନେଇ ଉଇଁବ ବର୍ଷ ୨୦୨୧ର ପ୍ରଥମ ସୂର୍ଯ୍ୟ । ନୂଆବର୍ଷର ପ୍ରଥମ ଦିନରେ କରୋନା ଭ୍ୟାକ୍ସିନ୍ ନେଇ କୌଣସି ନିଷ୍ପତ୍ତି ସମ୍ଭାବନା ରହିଛି । ଜାନୁଆରୀ ୧ ଅର୍ଥାତ୍ ଶୁକ୍ରବାର ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ କରୋନା ଭ୍ୟାକ୍ସିନ୍ ଉପରେ ବସିବ । ଜରୁରୀକାଳୀନ ବ୍ୟବହାର ନେଇ ୩ଟି ଔଷଧ କମ୍ପାନୀ ମାଗିଥିବା ଅନୁମତି ଆବେଦନର ତଥ୍ୟକୁ ବୈଠକରେ ତର୍ଜମା କରାଯିବ । ଏହି କମିଟିର ସୁପାରିସ୍ ଅନୁଯାୟୀ ନିଷ୍ପତ୍ତି ନେବେ ଡିସିଜିଆଇ ।

Big Decision Can Be Taken On First Day Of The New Year Regarding The Corona Vaccine

୨୦୨୧ ବର୍ଷର ପ୍ରଥମ ଦିନକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଆଶା ରହିଛି । ନୂଆବର୍ଷ ପ୍ରଥମ ଦିନ କରୋନା ଭ୍ୟାକ୍ସିନକୁ ନେଇ ଲୋକଙ୍କ ମନରେ ରହିଛି ଆଶା । ଆଶା ଅଛି- ମହାମାରୀ ବିରୋଧରେ ଭାରତକୁ ଭ୍ୟାକ୍ସିନ୍ ମିଳିଯିବ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ଥିବାରୁ ଭ୍ୟାକ୍ସିନ୍ ନେଇ ଆଶା ବଢ଼ିଛି । ବୈଠକରେ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ ଓ ଫାଇଜରର ଆବେଦନ ଉପରେ ତର୍ଜମା ହେବ ।

Big Decision Can Be Taken On First Day Of The New Year Regarding The Corona Vaccine

ଏହାପୂର୍ବରୁ ଡିସମ୍ବର ୯ ତାରିଖରେ କରୋନା ଭ୍ୟାକ୍ସିନ୍ ଉପରେ ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଏଥିରେ ଫାଇଜର ଲିଖିତ ଆକାରରେ ଡାଟା ଉପରେ ସୂଚନା ଦେବା ପାଇଁ ସମୟ ମାଗିଥିଲା । ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ ମଧ୍ୟ ସମୟ ଦେଇଛି । ସେହିଭଳି ସିରମ ଇନଷ୍ଟିଚ୍ୟୁଟ୍ ଜମା କରିଥିବା ସୁରକ୍ଷା ନଭେମ୍ବର ୧୪ ଯାଏ ଥିଲା । ବିସ୍ତୃତ ଆଲୋଚନା ପରେ ସମିତି ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ସମୀକ୍ଷା ପାଇଁ ଡାଟା ଓ ସୂଚନା ମାଗିଥିଲା ।

୧) କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ଡାଟା

୨) ବ୍ରିଟେନ୍ ଓ ଭାରତରେ ହୋଇଥିବା କ୍ଲିନିକାଲ୍ ଟ୍ରାଏଲର ଇମ୍ୟୁନୋଜୋନିସିଟି ଡାଟା

୩) ୟୁକେ ରେଗୁଲେଟର ଜରୁରୀକାଳୀନ ବ୍ୟବହାର ନେଇ ଦେଇଥିବା ଅନୁମତିର ସୂଚନା

ସେହିଭଳି ସବଜେକ୍ଟ ଏକ୍ସପର୍ଟ କମିଟି, ଭାରତ ବାୟୋଟେକ୍ ଠାରୁ ସୂଚନା ମାଗିଛି । ଏବେ ଚାଲିଥିବା କ୍ଲିନିକାଲ୍ ଟ୍ରାଏଲର ସୁରକ୍ଷା ଡାଟା କମିଟି ଆଗରେ ପ୍ରସ୍ତୁତ ପାଇଁ ଭାରତ ବାୟୋଟେକକୁ କୁହାଯାଇଛି । ଏହାପରେ ଡିସେମ୍ବର ୧୭ରେ ପୁଣି ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଯେଉଁଥିରେ ଅକ୍ସଫୋର୍ଡ ଓ ଏଷ୍ଟ୍ରଜନେକା ଟିକା ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଟ୍ରାଏଲ ଓ ଭାରତ ବାୟୋଟେକକୁ କିଛି ଡାଟା ମଗା ଯାଇଛି । ଯାହାକି ଜମା କରି ଦିଆଯାଇଛି ।

Big Decision Can Be Taken On First Day Of The New Year Regarding The Corona Vaccine

ଏହାପରେ ଡିସେମ୍ବର ୩୦ରେ ପୁଣି ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ ବସିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଫାଇଜର, ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଭ୍ୟାକ୍ସିନର ଜରୁରୀ ବ୍ୟବହାର ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ସିରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର ଅତିରିକ୍ତ ତଥ୍ୟ ଉପରେ ଆଲୋଚନା କରାଯାଇଥିଲା । ଫାଇଜର ଆଉ କିଛି ସମୟ ମାଗିଥିଲା । ଏବେ ଫାଇଜର ଅତିରିକ୍ତ ତଥ୍ୟ ଦେଇଥିବା ବେଳେ ସମୀକ୍ଷା ଚାଲିଛି । ଜାନୁଆରୀ ୧ ତାରିଖରେ ପୁଣି ବୈଠକ ହେବ ।

Big Decision Can Be Taken On First Day Of The New Year Regarding The Corona Vaccine

ଏବେ ଶୁକ୍ରବାର ପୁଣି ସବଜେକ୍ଟ କମିଟିର ବୈଠକ ହେବ । ଏଥିରେ ତଥ୍ୟର ତର୍ଜମା ପରେ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିସ୍ ଦେଇପାରେ । ଡିସିଜିଆଇ ଅର୍ଥାତ୍ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ସୁପାରିସ୍ ଆଧାରରେ ଭ୍ୟାକ୍ସିନ୍ ନେଇ ନିଷ୍ପତ୍ତି ନେବେ ।

Big Decision Can Be Taken On First Day Of The New Year Regarding The Corona Vaccine

ତେବେ, କେଉଁ ଭ୍ୟାକ୍ସିନ୍ ପ୍ରଥମେ ଆସିବ ସ୍ପଷ୍ଟ ହୋଇନଥିବା ବେଳେ ଭାରତ ସରକାର ଏହାକୁ ନେଇ ପ୍ରସ୍ତୁତି କରି ସାରିଛନ୍ତି । କୋଲ୍ଡ ଷ୍ଟୋରେଜରୁ ନେଇ ଭ୍ୟାକ୍ସିନେଟର ସମସ୍ତଙ୍କୁ ଟ୍ରେନିଂ ଏବଂ କାହାକୁ ଭ୍ୟାକ୍ସିନ୍ ଦିଆଯିବ ସେ ତଥ୍ୟ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବା ନେଇ ପ୍ରାଥମିକତା ଦିଆଯିବ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ପରେ ଆଗଧାଡ଼ିରେ କର୍ମଚାରୀ ଓ ପରେ ବୟସ୍କଙ୍କୁ (୫୦ ବର୍ଷରୁ ଅଧିକ),ତା’ପରେ ଗମ୍ଭୀର ରୋଗରୁ ଆକ୍ରାନ୍ତ (୫୦ ବର୍ଷରୁ କମ୍)ଙ୍କୁ ଟିକା ଦିଆଯିବ । ଏହାକୁ ନେଇ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଜାନୁଆରୀ ୨ ତାରିଖରେ ଟୀକାକରଣ ଲାଗି ଦିନିକିଆ ଡ୍ରାଏ ରନ୍ କରାଯିବ ।

Leave a Reply