spot_img

Latest Posts

ଏମିତି ସୁରକ୍ଷା ଭିତରେ ସୁଟିଂ କଲେ ସଲମାନ୍

ମୁମ୍ୱାଇ: ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ଶୁକ୍ରବାର ଦିନ ପୁଣି ଥରେ ସଲମାନଙ୍କୁ ହତ୍ୟା ଧମକ ମିଳିଛି। ଲଗାତାର ଧମକ ସତ୍ତ୍ୱେ ସଲମାନ ସୁଟିଂକୁ ଫେରିଛନ୍ତି। ପ୍ରତି ଶୁକ୍ରବାର ସେ ‘ବିଗ୍ ବସ୍’ ପାଇଁ ୱିକେଣ୍ଡ୍ କା ଭାର୍ ଶୁଟ୍ କରନ୍ତି | ସେ ୧୮ ଅକ୍ଟୋବରରେ ‘ବିଗ୍ ବସ୍’ ପାଇଁ ମଧ୍ୟ ସୁଟିଂ କରିଥିଲେ। ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ପ୍ରଥମ ଥର କାମକୁ ଫେରିଛନ୍ତି। ଶୁଟିଂ ସେଟରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି ।

ଏପ୍ରିଲ୍ ମାସରେ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ବିନିମୟ ପରେ ଯେତେବେଳେ ସଲମାନ ମୁମ୍ବାଇର ଫିଲ୍ମ ସିଟିରେ ଶୁଟିଂ କରୁଥିଲେ, ସେତେବେଳେ ତାଙ୍କୁ Y ସିକ୍ୟୁରିଟି, ପୋଲିସ୍ ଟିମ୍ ଏବଂ ତାଙ୍କର ବ୍ୟକ୍ତିଗତ ସିକ୍ୟୁରିଟିଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ସିଟିରେ ମୁମ୍ୱାଇ ପୋଲିସର କଡା ନଜର ରହିଥିଲା ଏହି ସୁରକ୍ଷାକୁ ଦେଖି କଳ୍ପନା କରାଯାଉଥିଲା ଯେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ଯେତେବେଳେ ସଲମାନ ‘ବିଗ୍ ବସ୍’ର ସେଟକୁ ଆସିବେ, ସେତେବେଳେ ଫିଲ୍ମ ସିଟିରେ ପୂର୍ବଠାରୁ ଅଧିକ କଡା ସୁରକ୍ଷା ଦେଖିବାକୁ  ମିଳିବ। କିନ୍ତୁ ବିଗ୍ ବସ୍ ୱିକେଣ୍ଡ କା ଭାରଙ୍କୁ କେବଳ ତାଙ୍କର ବ୍ୟକ୍ତିଗତ ସିକ୍ୟୁରିଟି ଏବଂ ସରକାରଙ୍କ ପକ୍ଷରୁ ଦିଆଯାଇଥିବା  (Y +) ସିକ୍ୟୁରିଟି ସହିତ ସଲମାନ ସୁଟିଂ କରିଥିଲେ। ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ଅଧିକ ପରିବର୍ତ୍ତନ କରାଯାଇ ନାହିଁ ।

ବର୍ତ୍ତମାନ, ସଲମାନଙ୍କ ସହ ପ୍ରାୟ ୫୦ ରୁ ୬୦ ଜଣ ସିକ୍ୟୁରିଟି ଫୋର୍ସ ତାଙ୍କ ସହିତ ଯାତ୍ରା କରନ୍ତି । ଏହି ଫୋର୍ସ ମଧ୍ୟରେ ସଲମାନଙ୍କ ଅଙ୍ଗରକ୍ଷୀ ଶେରା ଏବଂ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସହିତ ୮ରୁ ୧୦ ସଶସ୍ତ୍ର ପୋଲିସ ଅଧିକାରୀ ଏବଂ ଦୁଇଟି କମାଣ୍ଡୋ ଅଛନ୍ତି। ସଲମାନଙ୍କ ଏହି ବ୍ୟକ୍ତିଗତ ସୁରକ୍ଷା ବ୍ୟତୀତ ପ୍ରତ୍ୟେକ ‘ୱିକେଣ୍ଡ୍ କା ଭାର୍’ର ସୁଟିଂ ପରି ଏଥର ବିଗ୍ ବସ୍ ସେଟରେ ସୁରକ୍ଷା କର୍ମଚାରୀ ଏବଂ ବାଉନ୍ସର୍ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରତ୍ୟେକ ‘ୱିକେଣ୍ଡ୍ କେ ଭାର୍’ ପରି, ଏଥର ମଧ୍ୟ ସଲମାନ ଦର୍ଶକଙ୍କ ସହ ଶୁଟିଂ କରିଛନ୍ତି । କ୍ରମାଗତ ଧମକ ପାଇବା ପରେ ସଲମାନ ଦର୍ଶକଙ୍କ ସହ ସୁଟିଂ କରିଛନ୍ତି । ଏଥିସହ ଦର୍ଶକଙ୍କୁ ବ୍ୟାଗ, ଫୋନ୍ କିମ୍ବା ଘଡି କୌଣସି ଜିନିଷ ନିଜ ସହିତ ସେଟକୁ ନେଇପାରିବେ ନାହିଁ। ସମସ୍ତଙ୍କୁ ସେମାନଙ୍କର ନିଜସ୍ୱ ଲକର ଦିଆଯାଏ, ଯେଉଁଠାରେ ସେମାନେ ସେମାନଙ୍କର ଜିନିଷ ରଖିଥାନ୍ତି ।

Latest Posts

Don't Miss