spot_img

Latest Posts

ବିଶ୍ବକପ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା , ଟି-୨୦ରୁ ସନ୍ୟାସ ନେଲେ ମିଚେଲ ଷ୍ଟାର୍କ

ନନ୍ଦିଘୋଷ ବ୍ୟୁରୋ : ଟି୨୦ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ଟେଷ୍ଟ ଏବଂ ୱାନଡେ ଫର୍ମାଟରେ ଖେଳ ଜାରି ରଖିବାକୁ ଏଭଳି ନିଷ୍ପତ୍ତି ନେଇଥିବା ଦେଲେ ସୂଚନା । ୩୫ ବର୍ଷୀୟ ଷ୍ଟାର୍କ କହିଛନ୍ତି ଯେ ସେ ଭାରାତର ଟେଷ୍ଟ ଗସ୍ତ ଓ ୨୦୨୭ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ଏହି ନିଷ୍ପିତି ନେଇଛନ୍ତି ।  ୨୦୧୨ରେ ସେ ଟି-ଟ୍ବେଣ୍ଟି କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୩ ବର୍ଷ ପରେ ସେ ଏହି ଫର୍ମାଟକୁ ଅଲବିଦା କହିଛନ୍ତି । ଜୁନ ୨୦୨୪ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଥିଲେ । ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ଷ୍ଟାର୍କଙ୍କ ଏଭଳି ନିଷ୍ପତ୍ତି ଅଷ୍ଟ୍ରେଲିଆ ପାଇଁ ଏକ ଶକ୍ତ ଧକ୍କା ବୋଲି ବିବେଚନା କରାଯାଉଛି । ଟି୨୦ ଫର୍ମାଟରେ ମୋଟ ୬୫ଟି ମ୍ୟାଚ ଖେଳିଛନ୍ତି ଷ୍ଟାର୍କ।

ଆଗାମୀ ବର୍ଷ ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟରେ କାର୍ଯ୍ୟସୂଚୀ ରହିଛି। ଏଥିରେ ବାଂଲାଦେଶ ବିପକ୍ଷରେ ଟି୨୦ ସିରିଜ୍, ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଟି ମ୍ୟାଚ୍‌ର ସିରିଜ୍ ଅନ୍ତର୍ଭୁକ୍ତ। ୨୦୨୭ ଜାନୁଆରୀରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ୫ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବ, । ଏହାପରେ ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ଜିମ୍ବାବେରେ ଦିନିକିଆ ବିଶ୍ୱକପ ୨୦୨୭ର ଆୟୋଜନ ହେବ, ଯେଉଁଥିରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଡିଫେଣ୍ଡିଂ ଚାମ୍ପିଅନ ଭାବେ ଅବତୀର୍ଣ୍ଣ ହେବ। ସେ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ଧ୍ୟାନ ଦେବା ପାଇଁ  ଟି୨୦କୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।  ଷ୍ଟାର୍କ ୨୦୧୨ରେ  ଟି ୨୦ ଖେଳିବା ଆରମ୍ଭ କରିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ତାଙ୍କର ପ୍ରାଥମିକତା ହେଉଛି ଟେଷ୍ଟ ଏବଂ ଦିନିକିଆ କ୍ରିକେଟରେ ତାଙ୍କ କ୍ୟାରିୟରକୁ ଲମ୍ବା କରିବା । ସେ ଜୁନ ୨୦୨୪ ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିଥିଲେ।

Latest Posts

Don't Miss