ନିର୍ବାଚନ ଡ୍ୟୁଟିରେ ଯାଉଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା, ଡ୍ୟୁଟିରେ ମୃତ୍ୟ ହେଲେ ମିଳିବ ୩୦ ଲକ୍ଷ

1 min read

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇସାରିଛି । ପଞ୍ଚାପତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ନିର୍ବାଚନ ଆୟୋଗ । କରୋନା କାଳରେ ଏହି ନିର୍ବାଚନ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପଞ୍ଚାୟତ ନିର୍ବାଚନ ଠିକ୍ ଭାବରେ କରିବା ପାଇଁ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ନିୟୋଜିତ ହେବେ । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରିବା ପାଇଁ ଯାଉଥିବା ସମସ୍ତ କର୍ମଚାରୀଙ୍କ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ପଞ୍ଚାୟତ ନିର୍ବାଚନ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ଲକ୍ଷ ଟଙ୍କା । ସେହିପରି ହିଂସାକାଣ୍ଡ, ବିସ୍ଫୋରଣ ବା ଆତଙ୍କବାଦୀ ଆକ୍ରମଣଜନିତ ମୃତ୍ୟୁରେ ମିଳିବ କ୍ଷତିପୂରଣ । ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ମଧ୍ୟ ପରିବାରକୁ ୧୫ ଲକ୍ଷ ଟଙ୍କା ମିଳିବ । ଆକ୍ରମଣରେ ସମ୍ପୂର୍ଣ୍ଣ ବିକଳାଙ୍ଗ ହେଲେ ମଧ୍ୟ ମିଳିବ ୧୫ ଲକ୍ଷ ଟଙ୍କାର ସହାୟତା । ସେହିପରି ଦୁର୍ଘଟଣାରେ ବିକଳାଙ୍ଗ ହେଲେ ମିଳିବ ୭ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମିଳିବ । ଦୁର୍ଘଟଣାରେ ଗୁରୁତର ଆହତ ହେଲେ ସର୍ବାଧିକ ୨ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ । ଏଥିସହ ନିର୍ବାଚନ ଡ୍ୟୁଟି ସମୟରେ କୋଭିଡ-୧୯ରେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କାର ସହାୟତା ମିଳିବ । ସେହିପରି ଡ୍ୟୁଟିରେ ଯଦି କୋଭିଡ-୧୯ରେ ସଂକ୍ରମିତ ହେବେ ତେବେ ମାଗଣାରେ ଚିକିତ୍ସା କରାଯିବ ।

Leave a Reply