ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା

ଭୁବନେଶ୍ବର: ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣା ସମୟର ଏକ ଭିଜୁଆଲ ସାମ୍ନାକୁ ଆସିଛି। ଟ୍ରକ ସହ ଦାମୀ ଅଡି କାର ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ଅଡି କାର ସାମ୍ନା ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସମସ୍ତ ଏୟାର ବେଲୁନ ବାହାରି ଯାଇଛି। ସୌଭାଗ୍ୟ ବଶତଃ ସୁରକ୍ଷା ବେଲୁନ ପାଇଁ ଚାଳକଙ୍କୁ ଅଧିକ କ୍ଷତି ପହଞ୍ଚିନାହିଁ। ଗାଡିଟି ଖଣ୍ଡଗିରି ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଆହତ ଚାଳକଙ୍କୁ ହସ୍ପିଟାଲ ପଠାଇଛି ।