ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଶ୍ରୀ ଦେଉଛନ୍ତି ଲାଏ ଡିଟେକ୍ସନ୍‌ ଟେଷ୍ଟ…

Aditya Dash

ଭୁବନେଶ୍ୱର: ଏବେ ବି ରହସ୍ୟଘେରରେ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ତଦନ୍ତ ଭାର ଏବେ କ୍ରାଇମ୍‌ ବ୍ରାଞ୍ଚ ହାତରେ । ଏହି କ୍ରମରେ ଗରୁବାର ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଥିବା ଫରନେସିକ୍‌ ଲ୍ୟାବ୍‌ରେ ତାଙ୍କର ଟେଷ୍ଟ ଚାଲିଛି । ଆଦିତ୍ୟଙ୍କ ମୃତ୍ୟୁର ଖିଅ ଖୋଜିବା ପାଇଁ ବିଦ୍ୟାଶ୍ରୀ କେତେ ସତ କହୁଛନ୍ତି, ସେନେଇ ଏକ୍ସପର୍ଟ ଓ ଆଇଓ ପରୀକ୍ଷା କରୁଛନ୍ତି ।

ବିଦ୍ୟାଶ୍ରୀଙ୍କ ପାଇଁ କିଛି ସ୍ୱତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । ଗତ ଜୁଲାଇ ୬ ତାରିଖରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ’ଣ ହୋଇଥିଲା ସେନେଇ ସବିଶେଷ ତଥ୍ୟ ପାଇବାକୁ ଚେଷ୍ଟା କରୁଛି କ୍ରାଇମ୍‌ବ୍ରାଞ୍ଚ ।

ମୃତ୍ୟୁର କିଛି ଦିନ ପୂର୍ବରୁ ଆଦିତ୍ୟଙ୍କ ହାବଭାବ କେମିତି ଥିଲା ? ସୁଇସାଇଡ୍ ନୋଟ ଅନୁସାରେ ସେ ମାନସିକ ଚାପରେ ଥିଲେ କି ? । ତେବେ ସତରେ କଣ ସେ ମାନସିକ ଚାପରେ ଥିଲେ ? ଯଦି ମାନସିକ ଚାପରେ ଥିଲେ ତେବେ ଏଥିପାଇଁ ଦାୟୀ କିଏ ? ଆଶ୍ରମର ଜମି କିଣା ବିକା, ଟଙ୍କା କାରାବାର ନା ପତ୍ନୀଙ୍କ କଥାକୁ ନେଇ ଚାପରେ ଥିଲେ ଆଦିତ୍ୟ ? ଏଭଳି ବିଭିନ୍ନ ଦିଗରୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତଦନ୍ତ ଚାଲିଛି ।

ADITYA Bidyashree

ଆଦିତ୍ୟ କାହିଁକି ବିଦ୍ୟାଶ୍ରୀଙ୍କୁ ଘରୁ ବାହରେ କଲେ ? ବିଦ୍ୟାଶ୍ରୀ ଘରୁ ବାହାରିବା ପରେ ଏତେ ସମୟ ଧରି କୁଆଡେ ଯାଇଥିଲେ ? ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ କାହିଁକି ପରିବାର ଲୋକଙ୍କୁ ନ ଜଣାଇ ଆଦିତ୍ୟଙ୍କ ବନ୍ଧୁ ମାନଙ୍କୁ ଜଣାଇଥିଲେ ? ଏହି ତମାମ ଦିଗ ଉପରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି ।

ପୂର୍ବରୁ ମଧ୍ୟ କ୍ରାଇମବ୍ରାଞ୍ଚ ଏ ଘଟଣାରେ ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରିଛି । ପୂର୍ବ ପ୍ରଶ୍ନର ଉତ୍ତର ଏବଂ ଲାଏ ଡିଟେକ୍ସନ ଟେଷ୍ଟ ବେଳେ ପ୍ରଶ୍ନର ଉତ୍ତର କଣ ରହୁଛି, ସେନେଇ କ୍ରାଇମ୍‌ବ୍ରାଞ୍ଚର ନଜର ରହିବ । ପରବର୍ତ୍ତୀ ସମୟରେ ପପୁ, ବିକାଶ ଏବଂ ଦୀପକ ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟର ସାମ୍ନା କରିପାରନ୍ତି ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।

Leave a Reply