spot_img

Latest Posts

ବାଇଡେନ୍‌ଙ୍କ ବିଜୟକୁ ସ୍ୱୀକାର କଲେ ଟ୍ରମ୍ପ: କିନ୍ତୁ ନିର୍ବାଚନ ଜାଲିଆତି ଅଭିଯୋଗରେ ଅଟଳ

ନୂଆଦିଲ୍ଲୀ: ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରବିବାର ସେ କରିଥିବା ଟ୍ୱିଟରୁ ଏହା ଅନୁମେୟ । ସେ ଟ୍ୱିଟ୍ କହିଛନ୍ତି ଯେ, ନିର୍ବାଚନରେ ଜାଲିଆତି ହୋଇଥିବା କାରଣରୁ ‘ଡେମୋକ୍ରାଟ୍‌’ ବିଜୟୀ ହୋଇଛନ୍ତି। ଏବଂ କାହିଁକି ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟ ହେଲା ତାହାର ଗୁଡ଼ାଏ କାରଣ ଉଲ୍ଲେଖ କରିଛନ୍ତି ଟ୍ରମ୍ପ । ସେ ଲେଖିଛନ୍ତି, ଭୋଟ ନିରୀକ୍ଷକମାନଙ୍କୁ ଛଡ଼ାଗଲା ନାହିଁ । ଦୁର୍ନାମ ଏବଂ ନିମ୍ନମାନର ଉପକରଣ ଥିବା ଘରୋଇ ବାମପନ୍ଥୀ କମ୍ପାନୀ ‘ଡୋମିନିଅନ୍‌’ଦ୍ୱାରା ଭୋଟ୍‌ ଟାବ୍ୟୁଲେଟ୍‌ କରାଗଲା, ଯାହା ମୁଁ ବିପୁଳ ସଂଖ୍ୟାରେ ଜିଣିଥିବା ଟେକ୍ସାସ୍‌ ପାଇଁ ମଧ୍ୟ ଯୋଗ୍ୟ ହେଲାନାହିଁ ।

ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାକୁ ଭୋଟିଂ‌ ମେସିନ୍‌ ଯୋଗାଉଥିବା ଏହି କମ୍ପାନୀ ‘ଡୋମିନିଅନ୍ ଭୋଟିଂ’ ବିରୋଧରେ ପୂର୍ବରୁ ମଧ୍ୟ ଟ୍ରମ୍ପ୍‌ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ସମଗ୍ର ଦେଶରେ ଉକ୍ତ କମ୍ପାନି ତାଙ୍କର ୨.୭ ନିୟୁତ ଭୋଟ୍‌ ଡିଲିଟ୍‌ କରି ଦେଇଛି ଏବଂ ପେନ୍‌ସିଲ୍‌ଭାନିଆରେ ତାଙ୍କ ସପକ୍ଷରେ ଦିଆଯାଇଥିବା ୨୨୧,୦୦୦ ଭୋଟ୍‌ ବାଇଡେନ୍‌ଙ୍କ ସପକ୍ଷରେ ପରିବର୍ତ୍ତନ କରାଯାଇଛି । ତେବେ ଅପରପକ୍ଷରେ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଥିଲା କମ୍ପାନୀ ।

Latest Posts

Don't Miss