spot_img

Latest Posts

ୟୁକ୍ରେନ ବିରୋଧରେ ଋଷ କେବେବି ଯୁଦ୍ଧ ଜିତିପାରିବ ନାହିଁ: ଆମେରିକା ରାଷ୍ଟ୍ରପତି

ପୋଲାଣ୍ଡ: ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ଦିନକ ପରେ ବର୍ଷେ ପୂରିବ। ତା’ ପୂର୍ବରୁ ଭୟାବହ ରୂପ ନେଇଛି ସଂଘର୍ଷ। ଅଚାନକ କିବ୍ ଗସ୍ତ ପରେ ପୋଲାଣ୍ଡରେ ପହଞ୍ଚି ବିସ୍ଫୋରକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଋଷ କେବେବି ଯୁଦ୍ଧ ଜିତିପାରିବ ନାହିଁ ବୋଲି ବାଇଡେନ କହିଛନ୍ତି ।

ଏହାସହ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ଦେଶ ବିରୋଧରେ ଦେଇଥିବା ବୟାନର ବି ସେ ଉତ୍ତର ରଖିଛନ୍ତି । ପଶ୍ଚିମ ଦେଶ ରୁଷ ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର କରୁନାହାନ୍ତି। ଲକ୍ଷାଧିକ ରୁଷ ନାଗରିକ ସେମାନଙ୍କ ପଡୋଶୀଙ୍କ ସହ ଶାନ୍ତିରେ ରହିବାକୁ ଚାହୁଁଛନ୍ତି । ଋଷ ସେନା ଯୁଦ୍ଧ ଅପରାଧ କରିଛନ୍ତି ଏଥିରେ ସନ୍ଦେହ ନାହିଁ । ଯୁଦ୍ଧରେ ସବୁ ସୀମା ଲଂଘି ସାରିଛି ଋଷ । ପୁଟିନ ଯେଉଁ ଉଦ୍ଦେଶ୍ୟରେ ଯୁଦ୍ଧ ଆରମ୍ଭ କରିଥିଲେ ତାହା ପୂରଣ ହୋଇପାରିନି।

ସହଜରେ ୟୁକ୍ରେନକୁ ଅକ୍ତିଆର କରିବା ଓ ନାଟୋକୁ ଭାଙ୍ଗିବାକୁ ଯେଉଁ ପ୍ରୟାସ କରିଥିଲେ ତାହା ଧୂଳିସାତ ହୋଇଯାଇଛି ବୋଲି ବାଇଡେନ କହିଛନ୍ତି । ହେଲେ ୟୁକ୍ରେନ ଏବେ ବି ଯୁଦ୍ଧ ମଇଦାନରେ ଲଢୁଛି ଓ ନାଟୋ ପୂର୍ବ ଅପେକ୍ଷା ଅଧିକ ମଜଭୂତ ହୋଇଛି ବୋଲି ବାଇଡେନ କହିଛନ୍ତି ।

Latest Posts

Don't Miss