ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଭାରତ କନେକ୍ସନ, ଦସ୍ତାବିଜ୍‌ ନେଇ ହ୍ୱାଇଟ୍‌ ହାଉସରେ ପହଞ୍ଚିଲେ ମୋଦି

1 min read

ଓ୍ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କର ରହିଛି ଭାରତ ସହିତ ସଂଯୋଗ । କିନ୍ତୁ କେମିତି ? ଏହାକୁ ନେଇ ଏବେ ଖୁବ ଆଲୋଚନା ହେଉଛି । ନିକଟରେ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମ ଦ୍ୱୀପାକ୍ଷୀୟ ପ୍ରତ୍ୟେକ୍ଷ ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନଙ୍କୁ କହିଲେଯେ, ସେ ସାଙ୍ଗରେ ଏଭଳି କିଛି ଦସ୍ତାବିଜ ନେଇ ଯାଇଛନ୍ତି, ଯାହା ଦର୍ଶାଉଛିଯେ, ଭାରତରେ ବାଇଡେନ ସରନେମ ଥିବା ଲୋକଙ୍କର ଜୋ ବାଇଡେନଙ୍କ ସହ ସମ୍ପର୍କ ରହିଛି । ଅବଶ୍ୟ ଦୁଇ ନେତା ଏହାକୁ ନେଇ ଖୁବ୍‌ମଜାଳିଆ ଢଙ୍ଗରେ ଆଲୋଚନା କରିଛନ୍ତି ।

ମୋଦି ବାଇଡେନଙ୍କୁ କହିଲେଯେ, ମୁଁ ଭାରତରେ ଥିବା ବାଇଡେନ ସରନେମ ସହିତ ଜଡ଼ିତ ଦସ୍ତାବିଜ୍‌ସାଙ୍ଗରେ ନେଇ ଆସିଛି । ମୋଦିଙ୍କ କଥା ଶୁଣିବାମାତ୍ରେ ବାଇଡେନ ପଚାରିଲେଯେ, କ’ଣ ମୋର ଏହା ସହିତ କିଛି ସମ୍ବଦ୍ଧ ରହିଛି ? ମୋଦି ଉତ୍ତରରେ କହିଲେ ହଁ । ଏହା ସହିତ କହିଲେଯେ, ରାଷ୍ଟ୍ରପତି ମହୋଦୟ ଆପଣ ଆଜି ଭାରତରେ ବାଇଡେନ ସରନେମକୁ ନେଇ ଖୁବ୍‌ଚର୍ଚ୍ଚା କଲେ ଏବଂ ପୂର୍ବରୁ ମଧ୍ୟ ଏହା ବାବଦରେ ଆମେ ଚର୍ଚ୍ଚା କରିଥିଲେ । ତେବେ କିନ୍ତୁ ଆପଣ କହିବା ପରେ ମୁଁ ଏହାକୁ ନେଇ ଅଧିକ ଚିନ୍ତା କରିଥିଲି, ଆଉ ଦସ୍ତାବିଜ ମଧ୍ୟ ଏକାଠି କଲି । ସେହିଭଳି କିଛି ଦସ୍ତାବିଜ ମୁଁ ଆଜି ସାଙ୍ଗରେ ଆଣିଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପ୍ରଥମ ବୈଠକରେ ମଜାଳିଆ ଢ଼ଙ୍ଗରେ ବାଇଡେନ ସରନେମକୁ ନେଇ ଆଲୋଚନା କରିବା ବେଳେ ଏକ ଘଟଣାକୁ ନେଇ ଆଲେଚନା କଲେ । ଦୁଇଜଣଙ୍କ ମଧ୍ୟରେ ଏହାକୁ ନେଇ ଖୁବ୍‌ବାର୍ତ୍ତାଳନ ମଧ୍ୟ ହେଲା ।

ଆମେରିକା ରାଷ୍ଟ୍ରପତି କହିଲେଯେ, ମୁଁ ୧୯୭୨ରେ ୨୯ ବର୍ଷ ବୟସରେ ପ୍ରଥମ ଥର ନିର୍ବାଚିତ ହୋଇଥିଲି । ସେହି ସମୟରେ ମୋତେ ମୁମ୍ବାଇରୁ ବାଇଡେନ ସରନେମ ଥିବା ଜଣେ ବ୍ୟକ୍ତିଙ୍କ ଏକ ଚିଠି ଆସିଥିଲା । ତେବେ ଏହାର ପରଦିନ ତାଙ୍କୁ ଜାଣିବାକୁ ମିଳିଲାଯେ, ଭାରତରେ ବାଇଡେନ ସରନେମ ଥିବା ୫ ଜଣ ବ୍ୟକ୍ତି ରହୁଥିଲେ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀରେ ଜଜ୍‌ବାଇଡେନ ନାମକ ଜଣେ ବ୍ୟକ୍ତି ମଧ୍ୟ ଥିଲେ । କିନ୍ତୁ ଜଜ୍‌ବାଇଡେନ ଜଣେ ଭାରତୀୟ ମହିଳାଙ୍କୁ ବିବାହ କରିନେଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ମୋତେ ଏହାର କବର ମିଳିଲାନି । ତେଣୁ ଆଜିର ବୈଠକର ପୂରା ଲକ୍ଷ୍ୟ ଏହାର ସମାଧାନ ବାହାର କରିବା । ଏହାକୁ ନେଇ ବୈଠକରେ ଉପସ୍ଥିତ ଥିବା ସମସ୍ତେ ହସିବାକୁ ଲାଗିଲେ ।

Leave a Reply