ସମସ୍ତ ୱିକେଟ ହରାଇ ପାକିସ୍ତାନ କଲା ୧୪୭

ଦୁବାଇ: ଭାରତ ଆଗରେ ୧୪୮ ରନର ଟାର୍ଗେଟ । ୧୯ ଓଭର ୫ ବଲ ସୁଦ୍ଧା ପାକିସ୍ତାନ ସମସ୍ତ ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଛି । ସେପଟେ ଭୁବନେଶ୍ୱର କୁମାର ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି । ପାକିସ୍ତାନ ପକ୍ଷରୁ ବ୍ୟାଟ୍ସମ୍ୟାନ ରିଜୱାନ ସ୍ରବାଧିକ ୪୨ ରନ୍ କରିଥିବାବେଳେ ଇଫ୍ଥଖର ମହମ୍ମଦ ୨୮ ରନ କରିଛନ୍ତି ।
ଭାରତ ପ୍ରଥମେ ଟସ ଜିତିଥିଲା । ଅଧିନାୟକ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେଇଥିଲେ । ସେପଟେ ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ । ପାକିସ୍ତାନ ପ୍ରଥମ ଇଂନିସରେ ବ୍ୟାଟିଂ କରିବା ସହିତ ୧୯ ଓଭର ୫ ଟି ବଲରେ ସମସ୍ତ ୱିକେଟ ହରାଇ ୧୪୭ ରନ୍ କରିବାରେ ସଫଳ ହୋଇଥିଲା । ପୂର୍ବରୁ ପାକିସ୍ତାନ ସହ ଭାରତ ସମୁଦାୟ ୧୪ଟି ମ୍ୟାଚ ଖେଳିଥିବାବେଳେ ୮ଟି ମ୍ୟାଚରେ ବିଜୟ ହାସଲ କରିଛି । ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।