ଜୟ ନାରାୟଣଙ୍କୁ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କ ଟାର୍ଗେଟ
1 min read
ଭୁବନେଶ୍ୱର : ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କ ଟାର୍ଗେଟ। କରିଛନ୍ତି କଡା ସମାଲୋଚନା। ସେ କହିଛନ୍ତି- ଜୟନାରାୟଣଙ୍କ କଥାକୁ ତାଙ୍କ ଦଳରେ କିଏ ଶୁଣୁନାହାଁନ୍ତି । ଦଳ ତାଙ୍କୁ କୌଣସି ଦାୟିତ୍ୱ ଦେଉନାହିଁ । ସେ ଫୁଟବଲ ଖେଳରେ ହୁଇସିଲ୍ ରେଫରି ଥିଲେ । ତେଣୁ ସେ ବାରମ୍ୱାର ହୁଇସିଲ୍ କଥା କହୁଛନ୍ତି । ଭାଷାର ସଂଯମତା ରହିବା ଆବଶ୍ୟକ । ରାଜନୈତିକ ବ୍ୟକ୍ତିମାନେ ଆଜି ଯେପରି ଭାଷାରେ କହୁଛନ୍ତି ତାହା ଯୁବପିଢ଼ିକୁ ରାଜନୈତିକ ବ୍ୟକ୍ତିଙ୍କ ପ୍ରତି ଖରାପ ଭାବନା ସୃଷ୍ଟି କରୁଛି । ବିଜେଡି ସବୁବେଳେ ସମଦୂରତା ବଜାୟ ରଖିଛି ଓ ରଖିବ । ଆଗକୁ ଦଳର ନେତା ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଭୂପିନ୍ଦର।