ଲକ୍ଷ୍ନୌ ବିମାନବନ୍ଦରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଲା ପୋଲିସ: ଧାରଣାରେ ବସିଲେ ଭୂପେଶ
1 min readଲକ୍ଷ୍ଣୌ: ଉତ୍ତରପ୍ରଦେଶରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଧାରଣା । ଲକ୍ଷ୍ଣୌ ବିମାନବନ୍ଦରରେ ଧାରଣାରେ ବସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ୟୁପି ପୋଲିସ ଦ୍ୱାରା ଅଟକାଯିବା ପ୍ରତିବାଦରେ ଧାରଣାରେ ବସିଛନ୍ତି ଭୂପେଶ ବାଘେଲ । ଲକ୍ଷ୍ମୀପୁର ଜିଲ୍ଲାରେ ପୋଲିସ ଦ୍ୱାରା ଅଟକ ଦଳୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ କରିବାକୁ ୟୁପି ଆସିଥିଲେ । ହେଲେ ପୋଲିସ ପକ୍ଷରୁ ତାଙ୍କୁ ଅନୁମତି ଦିଆଯାଇନଥିଲା
ଶ୍ରୀ ବାଘେଲ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗତକାଲି ଠାରୁ ବେଆଇନ ଭାବେ ଅଟକ ଥିବା ବେଳ ପରେ ତାଙ୍କୁ ଗିରଫ କରାଯଇଛି । ଏବଂ ସେ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି । କିନ୍ତୁ ପୋଲିସ ମୋତେ ଯିବାକୁ ଦେଉନାହିଁ ବୋଲି ସେ କହିଛନ୍ତି ।
ଏଥିସହିତ ଟ୍ୱିଟରରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପୋଲିସକୁ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ସେ କହୁଛନ୍ତି ୧୪୪ଧାରା ତ ଲକ୍ଷ୍ମୀପୁରରେ ଲାଗୁ କରାଯାଇଛି, ମୁଁ ଲକ୍ଷ୍ମୀପୁର ଯିବିନାହିଁ, ଅସୁବିଧା କ’ଣ? ଏଥିସହିତ ସେ ଲେଖିଛନ୍ତି ଲକ୍ଷ୍ନୌବାସୀଙ୍କ ଆଦର ସତ୍କାର ନେଇ ବହୁତି ଶୁଣିଥିଲି, କିନ୍ତୁ ଏଠାରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଆପଣ କ’ଣ କରିଦେଲେ ଯୋଗୀ ଜୀ..ଲକ୍ଷ୍ଣୌବାସୀଙ୍କୁ କେତେ ଖରାପ ଲାଗୁଛି ମୁଁ ବୁଝିପାରୁଛି , ଲୋକେ ବୁଝିପାରୁଥିବେ ସେ କ’ଣ ହରାଇଥିବେ ।
बहुत सुन रखा था लखनवी तहज़ीब के बारे में। इस बार एयरपोर्ट पर जो हुआ वह तो एकदम उलट था।
ये आपने क्या कर दिया योगी जी!!
लखनऊ के लोगों को कितना बुरा लगता होगा, मैं समझ सकता हूँ।
लोगों को समझ में आ रहा होगा कि उन्होंने क्या खोया है। pic.twitter.com/OL9LMYvc8C
— Bhupesh Baghel (@bhupeshbaghel) October 5, 2021