ସୂର୍ଯ୍ୟ ମନ୍ଦିରରୁ ବାଲି କାଢିବ ASI, ଆରମ୍ଭ ହେଲା ପକ୍ରିୟା..

ପୁରୀ: ୧୨୦ ବର୍ଷ ପରେ ସୂର୍ଯ୍ୟ ମନ୍ଦିରରୁ କଢାଯିବ ବାଲି  । କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଆରମ୍ଭ ହେଲା ବାଲି କାଢ଼ିବା ପ୍ରକ୍ରିୟା । ପ୍ରାଥମିକ ପର୍ଯ୍ୟାୟରେ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ କରିଛି ଏଏସଆଇ । ପ୍ରଥମ ପର୍ଯ୍ୟାୟରେ ଏକ ଘରୋଇ କମ୍ପାନୀ ଦ୍ୱାରା ମନ୍ଦିର ଉପର ଭାଗରୁ ତଳଭାଗ ପର୍ଯ୍ୟନ୍ତ ଏକ ପ୍ଲାଟଫର୍ମ ନିର୍ମାଣ ପାଇଁ ଆଜି ଭୂମିପୂଜନ କରିଛନ୍ତି ଏଏସଆଇ ସୁପରଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ।

ଶେଷ ସମୟରେ ୧୯୦୩ ମସିହାରେ ବାଲି କଢାଯାଇଥିବାବେଳେ ଏହା ପରେ ଆଉ ବାଲି କଢା ଯାଇନାହିଁ  । ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ବାଲି ରହିଥିବାବେଳେ ଏହି ବାଲିକୁ କଢାଯିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି ଏଏସଆଇ  ।  କାର୍ଯ୍ୟ ଶେଷ ପାଇଁ ତିନି ବର୍ଷ ଲକ୍ଷ ଧାର୍ଯ୍ୟ ହୋଇଛି । ପ୍ଲାଟଫର୍ମ ନିର୍ମାଣ ପରେ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ବୋଲି ଜଣାପଡିଛି ।

ସେପଟେ ୧୨୦ ବର୍ଷ ପରେ ବାଲି କଢାଯାଉଥିବାରୁ ଏହାକୁ ବିରୋଧ କରାଯାଇଛି ମଧ୍ୟ  । ମନ୍ଦିର ଭିତରୁ ବାଲି କଢାଗଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ ବୋଲି ଅନୁମାନ କରିଛନ୍ତି ସ୍ଥାନୀୟ ଲୋକେ  । ଯଦି କୋଣାର୍କ ପ୍ରତି ବିପଦ ସୃଷ୍ଟି ହୁଏ, ତେବେ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକଙ୍କ ବେଉସା ବୁଡ଼ିଯିବ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ  । ଏଏସଆଇ ଏକ ଟେକ୍ନିକାଲ ଟିମ୍ ଜରିଆରେ ମନ୍ଦିରର ଗର୍ଭ ଗୃହରୁ ବାଲି କାଢିବାର ବ୍ୟବସ୍ଥା କରିବ  । ଯାହା ଫଳରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବନାହିଁ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି  ।