ସାବଧାନ: ଆପଣଙ୍କ ବରଯାତ୍ରୀରେ ଥାଇପାରନ୍ତି ଲୁଟେରା, ଲୁଟୁଛନ୍ତି ସୁନା ଓ ଟଙ୍କା

ଭୁବନେଶ୍ୱର: ହୁସିଆର । ରାଜଧାନୀରେ ବରଯାତ୍ରୀ ବେଶରେ ବୁଛୁଛନ୍ତି ଲୁଟେରା । ହିରୋମାର୍କା ଷ୍ଟାଇଲରେ ଆସୁଛନ୍ତି ବିବାହ ମଣ୍ଡପ । ଆଉ ଟଙ୍କା, ସୁନା ଧରି ମାରୁଛନ୍ତି ଛୁ । ଭୁବନେଶ୍ୱର କେସୁରା ଛକ ପଲବୀ ମଣ୍ଡପରୁ ଆସିଛି ଏମିତି ଅଭିଯୋଗ । ବାହାଘର ଚାଲିଥିବାବେଳେ ୨ ଲକ୍ଷ ଟଙ୍କାର ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ନାବାଳକକୁ ଢାଲ କରି ଲୁଟିଥିବା ଲୁଟେରାର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି । ସହିଦନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ । ବରଯାତ୍ରୀ ବେଶରେ ଆସୁଛନ୍ତି ବଡେ ମିଆଁ ଛୋଟେ ମିଆଁ । ମଉକା ଦେଖି ବୁଲାଉଛନ୍ତି କଳାକନା । ହିରୋ ମାର୍କା ଗେଟଅପରେ ବରଯାତ୍ରୀ ବେଶରେ ଆସୁଛନ୍ତି । ଭୋଜି ଖାଉଛନ୍ତି, ବର ସିହତ ସେଲଫି ନେଉଛନ୍ତି । ଭିଡ଼ର ମଉକା ନେଇ ଭ୍ୟାନିଟ ବ୍ୟାଗରେ ଥିବା ସୁନାକୁ ଧରି ଚମ୍ପଟ ମାରୁଛନ୍ତି । ଗତ ୨୩ ତାରିଖରେ କେଶୁରା ପଲ୍ଲବୀ ମଣ୍ଡପରେ ସତ୍ୟ ନାରାୟଣ ମହାରାଣଙ୍କ ଝିଅ ବାହାଘର ବେଳେ ଏମିତି ଢଙ୍ଗରେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିଛନ୍ତି ଭଦ୍ର ଲୁଟେରା । ସତ୍ୟ ନରାୟାଣ ନିଜ ଝିଅକୁ ବେଦୀ ଝିଅ ଓ ଜ୍ବାଇଁ ସୁନା ହାର ଓ ମୁଦି ଦେବା ପାଇଁ ରଖିଥିଲେ ହେଲେ ଲୁଟେରା ଲୁଟି ନେଇଛନ୍ତି ।

ବିବାହ ମଣ୍ଡପ ଅଭିନବ ଢଙ୍ଗରେ ଲୁଟ ନେଇ ସହିଦନଦର ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଦୁଇ ଜଣ ଏକ କାରରେ ଆସି ସୁନା ଓ ମୁଦି ନେଇଥିବା ଜଣା ପଡିଛି । ଏଭଳି ଅନ୍ୟ କୌଣସି ଥାନା ଅଞ୍ଚଳରେ ଏଭଳି ଘଟିଛି ନା ନାହିଁ , ପୋଲିସ ତଦନ୍ତ କରୁଛି । ଅନ୍ୟ ପଟେ ବିବାହ ମଣ୍ଡପ ଓ ବାହଘର କରାଉଥିବା ଲୋକଙ୍କୁ ସତର୍କ ରହିବାକୁ ଡିସିପି କହିଛନ୍ତି ।

ଭୁବନେଶ୍ବରରେ ଗତ କିଛି ଦିନ ହେଲା ଅଥୟ କରୁଛନ୍ତି ଲୁଟେରା । ଛୁରୀକୁ ବନ୍ଧୁକ ନୁହେଁ ଅଭିନବ ଉପାୟରେ କରୁଛନ୍ତି ଲୁଟପାଟ । ଶିଖରଚଣ୍ଡୀ, ଶ୍ରୀବିହାର, ସତ୍ୟ ନଗର ଓ ଡେଲ୍ଟା ଛକ ସୁନା ଦୋକାନ ଲୁଟ ମାମଲାରେ ଅଭିଯୁକ୍ତ ମାନଙ୍କୁ ଧରି ପାରିନି ପୋଲିସ ।

Leave a Reply