ଅମାନବୀୟ: ବିଲେଇକୁ ମାରି କୁକୁର ମୁହଁକୁ ଫିଙ୍ଗିଦେଲେ ଯୁବକ, ଗିରଫ କଲା ପୋଲିସ

ଭୁବନେଶ୍ୱର: ଛୁଆ ବିଲେଇକୁ ମାରି କୁକୁର ମୁହଁକୁ ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ବର ପ୍ରଶାନ୍ତ ବିହାର ଅଂଚଳର ମୁରଲୀଧର ବେହେରା । ଗତ ୧୩ ତାରିଖରେ ଛୁଆ ବିଲେଇକୁ ମାଡ଼ ମାରିବା ସହ ବୁଲା କୁକୁରଙ୍କ ମୁହଁକୁ ଫିଙ୍ଗିଥିଲେ ମୁରଲୀ । ସିସିଟିଭିରେ କଏଦ ହୋଇଥିଲା ଏପରି ଅମାନବୀୟ ଦୃଶ୍ୟ । ମୁରଲୀକୁ ଗିରଫ କଲା ଇନ୍ଫୋସିଟି ଥାନା ପୋଲିସ । ଘରେ ବିଲେଇ ପଶିବାରୁ ବିଲେଇକୁ ପିଟିବା ସହ ବଞ୍ଚିଥିବା ଅବସ୍ଥାରେ କୁକୁର ମୁହଁକୁ ଫିଙ୍ଗି ଦେଇଥିଲେ ମୁରଲୀ ।