ଅଙ୍ଗନଓ୍ୱାଡ଼ି କର୍ମୀ ଗିରଫ, ଦରମା ୭ ହଜାର ହେଲେ ସମ୍ପତି କୋଟିଏରୁ ଉର୍ଦ୍ଧ୍ୱ

Anganwadi DD

ଭୁବନେଶ୍ୱର: କୋଟିପତି ଅଙ୍ଗନାଓ୍ୱାଡି ଦିଦି ସନ୍ଧ୍ୟାରାଣୀ ଭଟ୍ଟଙ୍କୁ ହାତକଡି ପିନ୍ଧାଇଲା ଭିଜିଲାନ୍ସ । ପୁରୀ ବାସେଳି ସାହି ଅଙ୍ଗନବାଡି କର୍ମୀଙ୍କ ସମ୍ପତ୍ତି ଦେଖି ତାଜୁବ ହେଲେ ଭିଜିଲାନ୍ସ ଅଧିକାରୀ । ଦିଦିଙ୍କ ମୋଟ ସ୍ତାବର ଓ ଅସ୍ତବାର ସମ୍ପତ୍ତି ୧ କୋଟି ୧୪ ଲକ୍ଷ । ଚଢାଉ ବେଳେ ପୁରୀରେ ୫୦ ଲକ୍ଷ ଟଙ୍କାର ୩ ମହଲା କୋଠା, ପୁରୀ, ପିପିଲିରେ ୩୭ ଲକ୍ଷର କୋଠା ଓ ପ୍ଳଟ୍‌ । ସାଢେ ୯ ଲକ୍ଷ ଟଙ୍କାର ଯାନବାହନ, ୧୩ ଲକ୍ଷ ଟଙ୍କାରେ ବିଭିନ୍ନ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଓ ୪ ଲକ୍ଷ ଟଙ୍କାର ସୁନାଗହଣ ଠାବ କରିଛି ଭିଜିଲାନ୍ସ ।

ସନ୍ଧ୍ୟାରାଣୀ ଠିକା ନିଯୁକ୍ତିରେ ମାସିକ ୭ ହଜାର ଟଙ୍କାରେ ଅଙ୍ଗନବାଡିରେ ଚାକିରି କରନ୍ତି ? ହେଲେ କେମିତି ବନିଲେ କୋଟି ପତି । ତାଙ୍କର ଆୟର ଉର୍ସ କଣ ? କେବଳ ସେତିକି ନୁହେଁ ତଦନ୍ତ ବେଳେ ପୁରୀରେ ଛତୁଆ କାରଖାନା ଥିବ ଭିଜିଲାନ୍ସ ଜାଣିବାକୁ ପାଇଛି । ଏସବୁର ଗୋଲକ ଧନ୍ଦାର ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । ରେଡ୍‌ ପରେ ତାଙ୍କୁ ଫସାଇ ଦେଇଥିବା ଅଙ୍ଗନଓ୍ୱାଡି ଦିଦି ଅଭିଯୋଗ କରିଛନ୍ତି । ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ କାଳିନ ୭ଟି ଜାଗାରେ ରେଡ କରିଥିଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ।

Leave a Reply