ଖୋଲୁ ଖୋଲୁ ଗହଳି, ସିଲ୍‌ କରିଦେଲା ବିଏମ୍‌ସି…

Bhubaneswar Unit 2 Market Building Sealed by BMC

ଭୁବନେଶ୍ୱର: ସିଲ୍‌ ହେଲା ମାର୍କେଟ ବିଲ୍ଡିଂ । ରଜ ପାଇଁ ଶୁକ୍ରବାର ସକାଳୁ ମାର୍କେଟ୍‌ ବିଲ୍ଡିଂ ଖୋଲିଥିବା ବେଳେ ତାକୁ ପୁଣି ସିଲ୍‌ କରିଦେଇଛି ଭୁବନେଶ୍ୱର ମହାନଗର ନିଗମ । ମାର୍କେଟ୍‌ ବିଲ୍ଡିଂ ଖୋଲୁ ଖୋଲୁ ସେଠାରେ ଗ୍ରାହକଙ୍କ ଭିଡ଼ ଜମିଥିଲା । ରଜ ପାଇଁ ପୋଷାକ ପତ୍ର ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଭିଡ଼ କାରଣରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏହାକୁ ସିଲ୍‌ କରିଦିଆଯାଇଛି ।

ତେବେ ରଜ ପର୍ବକୁ ଦୃଷ୍ଟିରେ ରଖି ମାର୍କେଟ୍‌ ବିଲ୍ଡିଂ ଖୋଲିବାକୁ ବିଏମ୍‌ସି ପକ୍ଷରୁ ପ୍ରଥମେ ଅନୁମତି ଦିଆଯାଇଥିଲା । ହେଲେ ଲୋକଙ୍କ ଅସମ୍ଭାଳ ଭିଡ଼ ଯୋଗୁଁ ବିଏମ୍‌ସି ନିଜ ନିଷ୍ପତ୍ତିରୁ ଓହରି ମାର୍କେଟକୁ ସିଲ୍‌ କରିଛି । ତେବେ ମାର୍କେଟ୍‌ ସିଲ୍‌ ହେବା ଯୋଗୁଁ ଲୋକଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ିଛି । କିଛି ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।

ଅନ୍ୟପଟେ ଓଡ଼ିଆଙ୍କ ଏହି ଗଣ ପର୍ବ ରଜ ପାଇଁ ରାଜଧାନୀରେ କଟକଣା କୋହଳ କରାଯାଇଛି । ରାତି ୧୦ଟା ପର୍ଯ୍ୟ ଦୋକାନ ବଜାର ଖୋଲାଯିବାକୁ ଅନୁମତି ଦିଆଯାଇଛି । ରାତି ୧୦ଟା ମଧ୍ୟରେ ଲୋକମାନେ ନିଜ ଆବଶ୍ୟକୀୟ ଜିନିଷ କିଣି ପାରିବେ । ତେବେ ୧୦ଟା ପରେ ପୁଣି କର୍ଫ୍ୟୁ ଲାଗୁ କରାଯିବ । ଏହି କର୍ଫ୍ୟୁ ସକାଳ ୭ଟା ପର୍ଯ୍ୟନ୍ତ ରହିବ ।

Leave a Reply