ଭୁବନେଶ୍ୱର: ରାଜଧାନୀରୁ ୨ ନାବାଳିକା ଛାତ୍ରୀଙ୍କୁ ଅପହରଣ ମାମଲାରେ ଗିରଫ ହେଲେ ଟିଉସନ ମାଷ୍ଟର । ଗୋପାଳକୃଷ୍ଣ ବାଡ଼ତିଆଙ୍କୁ ଗିରଫ କରିଛି ବଡଗଡ଼ ଥାନା ପୋଲିସ । ଗତ କାଲି ଅର୍ଥାତ ଗୁରୁବାର ସାରଙ୍କୁ ସମ୍ବଲପୁର ଅଇଁଠା ପାଲିରୁ ଠାବ କରିଥିଲା ପୋଲିସ । ଗୁରୁବାର ସମ୍ବଲପୁରରୁ ୨ ନାବାଳିକା ଛାତ୍ରୀ ଓ ଟ୍ୟୁସନ ସାରଙ୍କୁ ନେଇ ଭୁବନେଶ୍ୱରରେ ପହଞ୍ଚିଥିଲା ବଡ଼ଗଡ଼ ଥାନା ପୋଲିସ । ଉଭୟ ଛାତ୍ରୀଙ୍କୁ ତମାଣ୍ଡୋ ସ୍ଥିତ ସେଲଟର ହୋମରେ ରଖାଯାଇଛି । ସିଡବ୍ଲୁସିରେ ଉଭୟଙ୍କୁ ହାଜର କାରଯିବ । ସେମାନେ ନିଜ ଇଚ୍ଛାରେ ନା କାହା ଚାପରେ ପଡି ଟ୍ୟୁସନ ସାରଙ୍କ ସହ ଯାଇଥିଲେ, ସେନେଇ ଛାତ୍ରଙ୍କ ବୟାନ ରେକର୍ଡ କରାଯିବ ।

ସେପଟେ ନାବାଳିକାଙ୍କ ବୟାନ ନେବା ପରେ ସେହି ଆଧାରରେ ଟ୍ୟୁସନ ମାଷ୍ଟରଙ୍କୁ ପଚରାଉଚରା କରାଯିବ । ଏବେ ସମ୍ପୃକ୍ତ ଟ୍ୟୁସନ ମାଷ୍ଟର ଗୋପାଳକୃଷ୍ଣ ବାଡ଼ତିଆ ଅଟକ ଥିବା ବେଳେ ପଚରାଉଚରା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭୁବନେଶ୍ୱରରୁ ଅପହରଣ କରି ସମ୍ବଲପୁର ଅଇଁଠାପାଲିକୁ ନେଇଯାଇଥିଲେ ଟ୍ୟୁସନ ସାର୍ । କିନ୍ତୁ ପୋଷା କୁକୁର ପାଇଁ ଫସିଯାଇଥିଲା ଗୋପାଳକୃଷ୍ଣ । ଗଲା ୧୪ ତାରିଖରେ ଗୋପାଳକୃଷ୍ଣ ଅଇଁଠାପାଲିରେ ଭଡାରେ ଏକ ଘର ନେଇଥିଲେ । ୨୦ତାରିଖରେ କିଡନାପ୍ କରି ଘରୁ ଅଟୋ ଯୋଗେ ବରମୁଣ୍ଡା, ତାପରେ ବସ୍‌ରେ ସିଧା ଯାଇଥିଲା ସମ୍ବଲପୁର ।

ସେହି ଅଟୋବାଲାଠୁ ତଥ୍ୟ ଯୋଗାଡ଼ ପରେ ପୋଲିସ ଆରମ୍ଭ କରିଥିଲା ଅପରେସନ । ତେବେ କିଡନାପ୍ ବେଳେ ସାଥୀରେ ଥିଲା ଏକ ପୋଷା କୁକୁର । ବସଷ୍ଟାଣ୍ଡର ସିସିଟିଭି ଫୁଟେଜ ଓ ବସ୍ କର୍ମଚାରୀଙ୍କ ସୁରାକକୁ ଭିତ୍ତି କରି ଅଇଁଠାପାଲିରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଟ୍ୟୁସନ ସାରକୁ ଅଟକ ରଖିଛି ପୋଲିସ ।

Leave a Reply