ଭୁବନେଶ୍ବର ଦକ୍ଷିଣ କାଳୀ ମନ୍ଦିରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ

ଭୁବନେଶ୍ବର : ଭୁବନେଶ୍ବର ଦକ୍ଷିଣ କାଳୀ ମନ୍ଦିରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଠାବାଡି ଶ୍ରମିକ ନିର୍ମାଣ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଧାୟକ ସୁଶାନ୍ତ ରାଉତ, ୧୨ ନମ୍ବର ଓ୍ବାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ମତ୍ସ୍ୟ ନିଗମର ଅଧ୍ୟକ୍ଷ ସୁର୍ଯ୍ୟକାନ୍ତି ଜେନା ଯୋଗ ଦେଇ ୯୦ ଜଣ ଶ୍ରମିକଙ୍କୁ ୬୬ ଲକ୍ଷ  ୪୫ ହଜାର ୮୦୦ ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଥିଲେ । ଶ୍ରମିକମାନଙ୍କ ପରିବାରର ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ଆଜି ଏହି ଯୋଜନାରେ ଶ୍ରମିକଙ୍କୁ ବିବାହ ସହାୟତା ରାଶି, ଶିକ୍ଷା ସହାୟତା, ପ୍ରସୂତି କାଳୀନ ସହାୟତା, ମୃତ ଶ୍ରମିକଙ୍କ ପରିବାକୁ ସହାୟତା ରାଶି, ନୂଆ ଲେବର କାର୍ଡ ମଧ୍ୟ ବଣ୍ଟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୧ ଲକ୍ଷ ଶ୍ରମିକ ରେଜିଷ୍ଟ୍ରେସନ କରିଛନ୍ତି । ଆଜି  ୨୬୦ ଜଣ ଶ୍ରମିକ ପ୍ରଞ୍ଜିକରଣ କରିଛନ୍ତି । ହିତାଧିକାରୀମାନେ ଆର୍ଥିକ ସହାୟତା ପାଇ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।