ଭୁବନେଶ୍ୱର ସ୍ମାର୍ଟସିଟିକୁ ସଫଳତା, ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର: ଭୁବନେଶ୍ବର ସ୍ମାର୍ଟସିଟିକୁ ଆଉ ଏକ ସଫଳତା । କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିଗ୍ରହଣ କରିଛି ଭୁବନେଶ୍ବର । ପ୍ରତିଯୋଗିତାରେ ଦେଶର 100ଟି ସ୍ମାର୍ଟସିଟି ଓ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ। ସେମଧ୍ୟରୁ ଦେଶର ପ୍ରଥମ 11ଟି ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି ।
ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟସିଟିକୁ 1କୋଟି ଟଙ୍କାର ଆର୍ଥିକ ରାଶି ପୁରସ୍କାର ସ୍ୱରୂପ ମିଳିବ । ଏହି ସଫଳତା ପାଇଁ ଭୁବନେଶ୍ବରବାସୀଙ୍କୁ କୃତଜ୍ଞତା ଜଣାଇଛି ଭୁବନେଶ୍ବର ସ୍ମାର୍ଟସିଟି । ଏହାପୂର୍ବରୁ ଜାତୀୟ ସ୍ତରରେ ସ୍ମାର୍ଟସିଟି ଗୁଡିକ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାରେ ଭୁବନେଶ୍ୱର ଦୁଇଟି ପୁରସ୍କାର ଜିଣିଥିଲା ।