ଆଉ ଚାରି ଦିନ ବନ୍ଦ ହେଲା ଭୁବନେଶ୍ୱର ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟ

1 min read

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଆଉ ୪ଦିନ ବନ୍ଦ ରହିବ । କାର୍ଯ୍ୟାଳୟରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ଉଭୟ ତଳ ଓ ପ୍ରଥମ ମହଲାକୁ ଆଜିଠୁ ୧୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ପୂର୍ବରୁ ବ୍ୟାଙ୍କରୁ ଏକାଧିକ ପଜିଟିଭ ଚିହ୍ନଟ ପରେ ଦୁଇ ଦିନ ପାଇଁ ବ୍ୟାଙ୍କକୁ ସିଲ କରିଥିଲା ବିଏମସି । ବିଭିନ୍ନ ପର୍ଯ୍ୟାୟରେ ଟେଷ୍ଟିଂରେ ୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ କଟକରେ ଆଜି ସିଏମସି ଏନ୍ଫୋର୍ସମେଣ୍ଟ ଟିମ ପକ୍ଷରୁ ଅରୁନଦୟ ନଗରରେ ଥିବା ମହେନ୍ଦ୍ର କୋଚିଂ ସେଣ୍ଟରକୁ ସିଲ କରାଯାଇଛି । କୋଚିଂ ସେଣ୍ଟରରେ ସାମାଜିକ ଦୂରତା ଓ ମାକ୍ସ ପିନ୍ଧିବାର ନିୟମକୁ ଉଲଙ୍ଘନ କରାଯାଇଥିଲା । ବହୁ ସଂଖ୍ୟାରେ ବିଦ୍ୟାର୍ଥୀ ପାଠ ପଢୁଥିଲେ ।

ଶିକ୍ଷକ ବା ବିଦ୍ୟାର୍ଥୀ କେହି ନିୟମ ପ୍ରତି ସଚେତନ ନଥିବା ଦେଖିବାକୁ ମିଳିଥିଲା । ତେଣୁ କୋଚିଂ ସେଣ୍ଟର ସିଲ କରାଗଲା ବୋଲି ସିଏମସି ଡେପୁଟି କମିଶନର ଅବିନାଶ ରାଉତ ସୂଚନା ଦେଇଛନ୍ତି । ଆଗକୁ ମଧ୍ୟ ସଚେତନତା ଓ ଚଢ଼ାଉ ଉଭୟ ଜାରି ରହିବ ।

Leave a Reply