କମିଶନରେଟ ପୋଲିସ ଟାର୍ଗେଟରେ ନିଶାଡ଼ି ଡ୍ରାଇଭର

ଭୁବନେଶ୍ୱର: କମିଶନରେଟ ପୋଲିସ ଟାର୍ଗେଟରେ ନିଶାଡ଼ି ଡ୍ରାଇଭର। ରାଜଧାନୀର ବିଭିନ୍ନ ସ୍ଥାନରେ ଜୋରଦାର ହୋଇଛି ଚେକିଂ। ରସୁଲଗଡ଼,ବମିଖାଲ, ଲକ୍ଷ୍ମୀସାଗର,ରାଜମହଲ, ଡେଲ୍ଟା ଛକ, ଆପୋଲୋ ହସ୍ପିଟାଲ ଓ କିଟ ଛକରେ ଚେକିଂ ଓ ବ୍ଳକିଂକୁ ବ୍ୟାପକ କରାଯାଇଛି। ଗତକାଲି ସେଫ ସିଟି ଡ୍ରାଇଭ ଅଧୀନରେ ୧୨ଟି ସେକ୍ସନ ଫୋର୍ସ ମୁତୟନ ହୋଇ ଚେକିଂ କରିଥିଲେ।
ନିଶାପାନ କରି ଗାଡ଼ିଚଳାଉଥିବା ଡ୍ରାଇଭରଙ୍କ ବିରୋଧରେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ମଦ ପିଇ ଗାଡି ଚଲାଉଥିଲେ ମୋଟା ଅଙ୍କର ଜରିମାନା ସହ ଗାଡ଼ିଗୁଡିକୁ ସିଜ କରାଯିବ। ଆଗକୁ ମଧ୍ୟ ଏଭଳି ଚେକିଂ ଚାଲିବ ବୋଲି ଡିସିପି କହିଛନ୍ତି।