ସ୍ପାଇଡର ସତୀଶକୁ ଆଣି କ୍ରାଇମ ସ୍ପଟରେ ସିନ ରିକ୍ରିଏସନ କରିଛି ସ୍ପେଶାଲ ସ୍କ୍ବାଡ

1 min read

ଭୁବନେଶ୍ବର : ସିନ ରିକ୍ରିଏସନ କରିଛି ସ୍ପାଇଡର ସତୀଶ । ନୟାପଲ୍ଲୀ N-1ରେ କଲା ସିନ ରିକ୍ରିଏସନ। ସ୍ପାଇଡର ସତୀଶକୁ ଆଣି କ୍ରାଇମ ସ୍ପଟରେ ସିନ ରିକ୍ରିଏସନ କରିଛି ସ୍ପେଶାଲ ସ୍କ୍ବାଡ। କେମିତି ଚଢୁଥିଲା କାନ୍ଥ, କେମିତି ଲୁଟୁଥିଲା ଟଙ୍କା, ତାର ଡେମୋ ଦେଖାଉଛି ସ୍ପାଇଡର ସତୀଶ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ସହ ୨୦୨୩ ମସିହାରେ ଜଣେ ଠିକାଦାର ସଂସ୍ଥାର ମାଲିକଙ୍କ ଘରୁ ଲୁଟିଥିଲା ସତୀଶ। ପୋଲିସ ତାକୁ ଗିରଫ ପରେ ତା ଠାରୁ ହୀରା, ସୁନା ଗହଣା, ନଗଦ ଟଙ୍କା ଜବତ କରିଥିଲା । ଲୁଟ ଟଙ୍କାରେ ମଉଜ କରୁଥିଲା ଲୁଟେରା। ଲକ୍ଷ ଲକ୍ଷ ଟଙ୍କା ଦେଇ ତାଇୱାନରୁ କୁକୁର କିଣୁଥିଲା। କୁକୁର ଖେଳିବା ପାଇଁ ଇଣ୍ଡୋନେସିଆରୁ ବଲ ମଗାଉଥିଲା । କୁକୁରର ସ୍ପା ଓ ଷ୍ଟିମ ବାଥ ପାଇଁ ଖର୍ଚ୍ଚ କରୁଥିଲା ପୁଳା ପୁଳା ଟଙ୍କା । କେବଳ ସେତିକି ନୁହେଁ, ନିଜେ ମଧ୍ୟ ଫିଜିକାଲ ଫିଟ ରହିବା ପାଇଁ ପର୍ସନାଲ ଟ୍ରେନର ନିଯୁକ୍ତ କରିଥିଲା। ଡାଏଟ ପ୍ଲାନ ସହ ଟ୍ରେନରଙ୍କୁ ଦେଉଥିଲା ଦିନକୁ ୪ ହଜାର ଟଙ୍କା । ଲୁଟ ଟଙ୍କାରେ ବାଙ୍ଗାଲୋର, ବିଜୟନଗରମ, ହାଇଦ୍ରାବାଦରେ କିଣିଥିଲା ୪ ଟି ଫ୍ଲାଟ। ଲୁଟ ଟଙ୍କାରେ ୩ ଜଣ ଗାର୍ଲଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିଲା ଏହି ସୌଖିନ ଚୋର । ଗାର୍ଲଫ୍ରେଣ୍ଡ ମାନଙ୍କୁ ଡାଇମଣ୍ଡ ଗିଫ୍ଟ କରୁଥିଲା। କେରଳ ଓ ଦାର୍ଜିଲିଂ ବୁଲାଉଥିଲା । ତେବେ କେମିତି ଏକାକୀ ଏହି ଚୋର, ସୁରକ୍ଷା କର୍ମୀଙ୍କୁ ମାତ୍ ଦେଇ ହାଇ ସିକ୍ୟୁରିଟି ଜୋନରୁ ଚୋରି କରୁଥିଲା, ତାର ଦେଖାଇଛି ଡେମୋ ।