ଓଭରବ୍ରିଜ ଉପରୁ ମିଳିଲା ଯୁବକଙ୍କ ମୁଣ୍ଡକଟା ମୃତଦେହ !
ଭୁବନେଶ୍ବର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ଓଭରବ୍ରିଜ ଉପରୁ ମିଳିଲା ଯୁବକଙ୍କ ମୁଣ୍ଡକଟା ମୃତଦେହ। ରାଜଧାନୀରେ ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିବା ସହଦେଵ ନାୟକଙ୍କୁ ହତ୍ୟା । ରସୁଲଗଡ଼ ଓଭରବ୍ରିଜ ଉପରେ ବିଭତ୍ସ ହତ୍ୟା। ଗଣ୍ଡି ଓ ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ । କେଦାରପଲ୍ଲୀରେ ସହଦେଵ ନାୟକଙ୍କ ଘର। ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିବାରୁ ବିଗତ କିଛିଦିନ ଧରି ତାଙ୍କର ପୂର୍ବ ଶତ୍ରୁତା ରହି ଆସୁଥିଲା । ଆଜି ସକାଳ ୮ ଟା ପର୍ଯ୍ୟନ୍ତ ସେ ହ୍ବାଟସଅପରେ ଅନଲାଇନ ଥିଲେ । ତା ପରେ ତାଙ୍କ ଫୋନ ସ୍ୱିଚ ଅଫ ହୋଇଯାଇଥିଲା । ଘଟଣାସ୍ଥଳରେ ଏକ ସ୍କୁଟି ମଧ୍ୟ ରହିଛି । ମୃତଦେହକୁ ଉଦ୍ଧାର କରାଯାଇଛି । ତେବେ କିଏ ଓ କାହିଁକି ଏଭଳି ବିଭତ୍ସ ହତ୍ୟା କଲା, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ଛାନଭିନ ଚଳାଇଛି । ସିସିଟିଭି ଯାଞ୍ଚ କରୁଛି । ଧାରୁଆ ଅସ୍ତ୍ରରେ ବେକ କାଟିଥିବା ସନ୍ଦେହ କରାଯାଉଛି ।