ଦର୍ଶକ ଦେଖିଲେ ପାଇକ ବିଦ୍ରୋହର ଲୋମହର୍ଷକ କାହାଣୀ

ଭୁବନେଶ୍ୱର : ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପରେ ରେ ଦର୍ଶକ ଦେଖିଲେ ପାଇକ ବିଦ୍ରୋହର କାହାଣୀ । ବକ୍ସି ଜଗବନ୍ଧୁଙ୍କ ଡାକରାରେ ବିପ୍ଳବୀ କୃତ୍ତିବାସ ପାଟ୍ଟଶାଣୀ ଆରମ୍ଭ କଲେ ଯୁଦ୍ଧ । ବାଣପୁର ଓ ଖୋର୍ଦ୍ଧାରେ କୃତ୍ତିବାସଙ୍କ ନେତୃତ୍ଵରେ ଇଂରେଜ ନମାନେ ବିରୁଦ୍ଧରେ ଆରମ୍ଭ ହେଲା ଲଢ଼େଇ । ଆଉ ଏହି ଲଢେଇରେ ପରାଜିତ ହେଲା ବ୍ରିଟିଶ ବାହିନୀ । ଶେଷରେ ଇଂରେଜମାନେ କୂଟନୀତି ପ୍ରୟୋଗ କରି କୃତ୍ତିବାସଙ୍କ ଦାଦା ଶ୍ବଶୁର ବାସୁଦେବ ନରେନ୍ଦ୍ର ସିଂହଙ୍କୁ କରାୟତ କଲେ । ନରେନ୍ଦ୍ର ସିଂହଙ୍କ ଛଳନାରେ ଭୁଲିଯାଇ କୃତ୍ତିବାସ ତାଙ୍କ ଘରକୁ ନିଜ ସ୍ତ୍ରୀ ପଦ୍ମାଙ୍କୁ ଦେଖା କରିବାକୁ ଯାଆନ୍ତି । ଆଉ ଛଳନା କରି ଇଂରେଜ କୃତ୍ତିବାସଙ୍କୁ ବନ୍ଦି କରେ । ଏଭଳି ଦେଶପ୍ରେମର କାହାଣୀକୁ ନେଇ ଅତି ଚମତ୍କାର ଢଙ୍ଗରେ ପରିବେଷଣ କରିଛନ୍ତି ଶତାବ୍ଦୀର କଳାକାର।
ଶତାବ୍ଦୀର କଳାକାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ନାଟ୍ୟକାର ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ଲିଖିତ ନାଟକ ବିପ୍ଳବୀ କୃତ୍ତିବାସକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଧୀର ମଲ୍ଲିକ ଏହାକୁ ନିର୍ଦ୍ଦେଶନା ଦେଇଥିବାବେଳେ ସଂଗୀତରେ ସଜାଇଥିଲେ ପ୍ରତାପ । ଅଭିନୟରେ ସୌମେନ୍ଦ୍ର, ସନ୍ତୋଷ, କାର୍ତ୍ତିକ, ଅନିଲ, ପ୍ରିୟଙ୍କା ରଶ୍ମି ଓ ଅଭିଙ୍କ ଭଳି ଅନେକ ଅଭିଜ୍ଞ କଳାକାରଙ୍କୁ ଦେଖିବାକୁ ମିଳିଥିଲା । ଶତାବ୍ଦୀର କଳାକାରଙ୍କ ପକ୍ଷରୁ ଦ୍ବିତୀୟ ଦିନରେ ପ୍ରସିଦ୍ଧ ନାଟକ ବାଞ୍ଛାର ବଗିଚା ପରିବେଷଣ ହେବ । ମଞ୍ଚ ନାଟକକୁ ବଞ୍ଚାଇ ରଖିବା ପାଇଁ ଶତାବ୍ଦୀର ଏହି ପ୍ରୟାସକୁ ସଭିଏଁ ପ୍ରଶଂସା କରିଛନ୍ତି ।