ଯୁବତୀଙ୍କୁ ଛୁରି ଭୁସି ହତ୍ୟା ଘଟଣା: ଏକତରଫା ପ୍ରେମ ନୁହେଁ ଦରମା ଟଙ୍କା ପାଇବାକୁ ନେଇ ହତ୍ୟା
ଭୁବନେଶ୍ୱର : ମଞ୍ଚେଶ୍ବରରେ ଯୁବତୀଙ୍କୁ ଛୁରି ଭୁଶି ହତ୍ୟା ଘଟଣାରେ ନୂଆ ମୋଡ଼ । ଦରମା ଟଙ୍କା ପାଇବାକୁ ନେଇ ହୋଇଛି ହତ୍ୟାକାଣ୍ଡ । ଯୁବତୀଙ୍କ ପରିବାର ଲୋକ ଏକତରଫା ପ୍ରେମ ନେଇ ଅଭିଯୋଗ କରିଥିଲେ । କିନ୍ତୁ ତଦନ୍ତ ବେଳେ ଆଉ କିଛି ଜଣାପଡିଥିଲା ।
ଦରମା ଟଙ୍କା ମାଗିବାକୁ ମଙ୍ଗଳବାର ଯାଇଥିଲେ ସିକ୍ୟୁରିଟି ଗାର୍ଡ ରମେଶ ବାରିକ । ମୃତ ଯୁବତୀ ସେହି ସମୟରେ ରିସେପ୍ସନନିଷ୍ଟ ଭାବେ କାମ କରୁଥିଲେ । ମାଲିକଙ୍କ ପାଖକୁ ଯିବାକୁ ବିରୋଧ କରିବାରୁ ଛୁରି ଭୁଶି ଥିଲେ ଅଭିଯୁକ୍ତ । ଯୁବତୀ ଜଣଙ୍କ ଆଜ୍ମା ରୋଗରେ ପୀଡିତ ଥିବାରୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏ ସମ୍ପର୍କରେ ସଂସ୍ଥା ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା ଚାଲିଛି । ମୃତ ଯୁବତୀଙ୍କ ନାଁ ବିଜୟିନୀ ସାହୁ । ତାଙ୍କ ଘର ଜଗତସିଂହପୁର । ମଞ୍ଚେଶ୍ବର ଥାନା ଜିଜିପି କଲୋନି ଫାୟାର ଆଣ୍ଡ ସେଫ୍ଟି ଘରୋଇ ଏଜେନ୍ସିରେ ରିସେପସନିଷ୍ଟ ଥିଲେ । ଅଭିଯୁକ୍ତ ରମେଶର ଘର କେନ୍ଦ୍ରାପଡା ଜିଲ୍ଲା ଆଳିରେ ବୋଲି ସୂଚନା ମିଳିଛି ।