ଭୁବନେଶ୍ବର : ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ । ବାଙ୍କୁଆଳର ସୁଶାନ୍ତ ସ୍ୱାଇଁ ଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ । ମୃତ ମହିଳା ହେଉଛନ୍ତି ଅମ୍ବିକା ସ୍ୱାଇଁ । ଘର ବଡଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ । ମଙ୍ଗଳବାର ଭଉଣୀର ମୃତ୍ୟୁ ପରେ ଭାଇ ଅକ୍ଷୟ ପରିଡା ହତ୍ୟା ଅଭିଯୋଗ ଆଣିଥିଲେ । ବଡଗଡ଼ ଥାନା ପୋଲିସ ମୃତଦେହକୁ ଉଦ୍ଧାର ପରେ ଏମ୍ସରେ ପୋଷ୍ଟମର୍ଟମ୍ କରିଛି । ଏତଲା ଆଧାରରେ ମଙ୍ଗଳବାର ସ୍ୱାମୀଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁ ନେଇ ସ୍ପଷ୍ଟତା ଆସିବ ବୋଲି କହିଛି ପୋଲିସ।

