spot_img

Latest Posts

ହୋଲିରେ ରକ୍ତର ଛିଟା, ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ

ଭୁବନେଶ୍ବର : ସ୍ତ୍ରୀ ରକ୍ତ ରେ ହୋଲି ଖେଳିଲା ସ୍ବାମୀ । ନୃଶଂସ ସ୍ବାମୀର ନାରକୀୟ କାଣ୍ଡ । ରାଜଧାନୀରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ସ୍ତ୍ରୀ କୁ ନିର୍ମମ ହତ୍ୟା କରିଛି ସ୍ୱାମୀ। ଭରତପୁର ଥାନା ଫୁଲେଶ୍ଵରୀ ବସ୍ତିର ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ସାବିତ୍ରୀ ମଲ୍ଲିକ । ଗତକାଲି ରାତିରେ ଫୁଲେଶ୍ଵରୀ ବସ୍ତିର ସାବିତ୍ରୀ ମଲ୍ଲିକ ଓ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ରୋଷେଇ କରୁଥିବା ବେଳେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହେଇଥିଲା । ପୂର୍ଣ୍ଣଚନ୍ଦ୍ର ରାଗିଯାଇ ପିଆଜ କାଟୁଥିବା ଛୁରୀରେ ଆକ୍ରମଣ କରିଥିଲେ । ଛୁରାମାଡ ପରେ ଘଟଣାସ୍ଥଳରେ ସାବିତ୍ରୀ ଙ୍କ ମୃତ୍ୟୁ ହେଇଥିଲା । ଘଟଣାସ୍ଥଳ ରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠେଇଛି । ଅଭିଯୁକ୍ତ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କୁ କାବୁ କରିଛି ପୋଲିସ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।

Latest Posts

Don't Miss