ଲୁଟି ଖାଇବାର ନୂଆ ତରିକା ହନିଟ୍ରାପ, ସାମ୍ନାକୁ ଆସିଲା ଅଧ୍ୟାପିକାଙ୍କ ଅଶ୍ଳୀଳ ଭିଡିଓ

ଭୁବନେଶ୍ବର : ସାମ୍ନାକୁ ଆସିଲା ଅଧ୍ୟାପିକାଙ୍କ ଅଶ୍ଲୀଳ ଭିଡିଓ । ଫୁଙ୍ଗୁଳା ଦେହ ଦେଖିଲୁ ଟଙ୍କା ଦେ, ନହେଲେ ନାମ ନେ । ସେକ୍ସଟ୍ରସନ ର ଇଜିମନି ପାଇଁ ପାଗଳ ହେଲେଣି ମହିଳା । ଦୁଇ ବର୍ଷରେ ଓଡିଶା ପୋଲିସ ପାଖରେ ୪୪ କେସ୍ । ଷ୍ଟାର ହୋଟେଲ ଓ କ୍ଲବରେ ପଡୁଛି ହନିଟ୍ରାପର ବ୍ଲୁପ୍ରିଣ୍ଟ । ଭଲକରି ଦେଖନ୍ତୁ ଏହି ମହିଳା ଜଣଙ୍କୁ । ଘର ଲକ୍ଷ୍ମୀସାଗର ଅଞ୍ଚଳରେ । ତାଙ୍କ ସ୍ୱାମୀଙ୍କ ସହ ଘଟିଥିବା ଘଟଣା ଯେତିକି ସଙ୍ଗୀନ, ସ୍ତ୍ରୀଙ୍କ ଅଭିଯୋଗ ମଧ୍ୟ ସେତିକି ସାଙ୍ଘାତିକ । ଫୁଙ୍ଗୁଳା ଦେହ ଦେଖାଇ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କରୁଛି ବ୍ଲାକମେଲ୍ । ନ୍ୟୁଡ କଲ ଭିଡିଓ ଭାଇରାଲ କରାଇଦେବାକୁ କହି ଲୁଟି ନେଇଛି ଟଙ୍କା ସୁନା । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନ୍ୟୁଡ କଲ କରୁଥିବା ମହିଳା ଜଣଙ୍କ ଭୁବନେଶ୍ବର ର ହୋଇଥିବା ବେଳେ ସେ ବେଶ ସମ୍ଭ୍ରାନ୍ତ । ଏକ ପ୍ରତିଷ୍ଠିତ କଲେଜର ଅଧ୍ୟାପକ । ପେସା ସିନା ଅଧ୍ୟାପନା କିନ୍ତୁ ନିଶା ହେଉଛି ଫୁଙ୍ଗୁଳା ଦେହ ଦେଖାଇ ବଡବଡ଼ିଆଙ୍କ ଠାରୁ ଟଙ୍କା ଲୁଟିବା । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଏତଲାକାରି ବା ନ୍ୟୁଡ଼କଲ ର ଶିକାର ବ୍ୟକ୍ତିଙ୍କ ପତ୍ନୀ ।
ଗତ କିଛିବର୍ଷ ଭିତରେ କମିଶନରେଟ ପୋଲିସ ଅଧିନ ମଞ୍ଚେଶ୍ୱର, ସହିଦନଗର, ତମାଣ୍ଡୋ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ହାଇ ପ୍ରୋଫାଇଲ ଲେଡିଙ୍କ ହାଇପ୍ରୋଫାଇଲ ଠକେଇ । ପଦାରେ ପଡିଛି, ନଟି ନାଇଟରେ ନ୍ୟୁଡ କଲ କରିବାର କ୍ରାଇମ ସିଣ୍ଡିକେଟ । କେବଳ ଟୁଇନ ସିଟି ନୁହେଁ ଗତ ଦୁଇବର୍ଷରେ ଓଡିଶା ପୋଲିସରେ ୪୪ଟି ନ୍ୟୁଡ କଲ ସମ୍ପର୍କିତ ଅଭିଯୋଗ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନେକ ଲୋକ ନିଜର ସମ୍ମାନହାନି ଓ ପ୍ରତିଷ୍ଠାରେ ଆଞ୍ଚ ଆସିବା ଭୟରେ ଥାନାରେ ଏତଲା କରିବାକୁ ଡରୁଛନ୍ତି । ଯାହାର ଫାଇଦା ନେଉଛନ୍ତି ସମ୍ଭାନ୍ତ ଶେଣୀର ଫୋରଟ୍ବେଣ୍ଟି ମହିଳା । ଏଭଳି ମହିଳାଙ୍କ ଅସଲ ମୁଖା ଖୋଲିବା ପାଇଁ ପୋଲିସ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଏତଲାକାରୀ । ନିତିଦିନ ସାଇବର ଠକ ନ୍ୟୁଡ କଲ ଜରିଆରେ ଟଙ୍କା ଲୁଟୁଛନ୍ତି । କିନ୍ତୁ ରାଜଧାନୀରେ ଚାକିରୀ କରି ଫୁଙ୍ଗୁଳା ଦେହ ଦେଖି ରାଜଧାନୀବାସୀଙ୍କୁ ଲୁଟିବା ଘଟଣା ଏବେ ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।