ସକାଳ-ନନ୍ଦିଘୋଷ ଟିଭିର ମିଳିତ ସର୍ଭେ ରିପୋର୍ଟ, ଭୁବନେଶ୍ବରରେ ବିଜେପି-ବିଜେଡି ମଧ୍ୟରେ ହେବ କଡ଼ା ଟକ୍କର

1 min read

ନନ୍ଦିଘୋଷ ବ୍ୟୁରୋ: ବୁଥ୍ ବାହୁଡ଼ା ମତରେ ଓଡ଼ିଶାର ସ୍ପଷ୍ଟ ଚିତ୍ର ମିଳିଛି । ୨୦୨୪ରେ ବିଜେଡିର ହେବ ବିଶାଳ ବିଜୟ । ସକାଳ-ନନ୍ଦିଘୋଷ ଏକଜିଟ ପୋଲରେ ତଥ୍ଯରେ ବିଜେଡିକୁ ମିଳୁଛି ବିପୁଳ ଜନମତ । ୧୧୭ ବିଧାନସଭା ଆସନରେ ଜିତିବ ବିଜୁ ଜନତା ଦଳ । ବିଜେପିକୁ ମାତ୍ର ୧୧ଟି ବିଧାନସଭା ଆସନ ମିଳିବାକୁ ଥିବାବେଳେ କଂଗ୍ରେସ ଓ ଅନ୍ଯ ଦଳକୁ ମିଳିବ ମାତ୍ର ୩ଟି ବିଧାନସଭା ଆସନ । ତେବେ ୧୬ଟି ବିଧାନସଭା ଆସନରେ କଡ଼ା ଟକ୍କର ହେବା ନେଇ ଆଭାସ ମିଳୁଛି । ଲୋକସଭାରେ ମଧ୍ଯ ଓଡ଼ିଶାବାସୀଙ୍କ ଭରସା ଜିତିଛି ବିଜେଡି । ୨୧ ଲୋକସଭା ଆସନରୁ ବିଜେଡିକୁ ୧୧ଟି ଲୋକସଭା ଆସନ ମିଳିବା ନେଇ ସ୍ପଷ୍ଟ ଚିତ୍ର ଆସୁଛି । କୋରାପୁଟ, ବ୍ରହ୍ମପୁର, ଆସ୍କା, କନ୍ଧମାଳ ଲୋକସଭା ଆସନ ବିଜେଡି ଜତୁଥିବାବେଳେ ଢେଙ୍କାନାଳ, କଟକ, ମୟୂରଭଞ୍ଜ, ଭଦ୍ରକ ଲୋକସଭା ମଧ୍ଯ ନିଜ ପକେଟକୁ ଆଣିବାକୁ ସକ୍ଷମ ହେଉଛି । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରେ ବିଜେଡି ଜିତିବ । ବିଜେପି କେବଳ ୬ଟି ଲୋକସଭା ଆସନରେ ପଦ୍ମ ଫୁଟାଇପାରିବ । ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ପୁରୀ ଲୋକସଭା ଆସନରେ ବାଜିମାତ କରୁଛି ବିଜେପି । କଂଗ୍ରେସ ଗୋଟିଏ ବି ଲୋକସଭା ଆସନ ଜିତୁନି । ତେବେ ୪ଟି ଲୋକସଭା ଆସନରେ କଡ଼ା ଟକ୍କର ହେଉଛି । ବଲାଙ୍ଗୀର, ସମ୍ବଲପୁର ଲୋକସଭାରେ ବିଜେପି-ବିଜେଡି କଡ଼ା ଟକ୍କର ହେଉଛି । ଭୁବନେଶ୍ବରରେ ବିଜେପି-ବିଜେଡି କାଣ୍ଟେ କା ଟକ୍କର ଦେଖିବାକୁ ମିଳିବ । କିନ୍ତୁ ଉତ୍ତରର ହାଇପ୍ରୋଫାଇଲ ସିଟ ବାଲେଶ୍ବରରେ ତ୍ରିମୁଖୀ ଲଢେଇ ସ୍ପଷ୍ଟ ।