ଶୌଚାଳୟ ଭିତରେ ପ୍ରସ୍ତୁତ ହେଉଥିଲା ମଦ, ପୋଲିସ କଲା ରେଡ୍

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ବହୁଛି ଦେଶୀ ମଦର ସୁଅ । ଶାସ୍ତ୍ରୀ ନଗରରେ ଅଞ୍ଚଳରେ ପୋଲିସ ରେଡ୍ ସମୟରେ ବିପୁଳ ଦେଶୀ ମଦ ଜବତ । ଶୌଚାଳୟ ଭିତରେ ପ୍ରସ୍ତୁତ ହେଉଥିଲା ମଦ । ହୋଟେଲ ପାଇଖାନା ଭିତରେ ଚାଲୁଥିଲା ଦେଶି ମଦ ଫ୍ୟାକ୍ଟ୍ରି। ଶାସ୍ତ୍ରୀ ନଗର ଟ୍ରାଫିକ ସାମ୍ନାରେ ଥିବା ହୋଟେଲରେ ରେଡ କରିଛି କମିଶନରେଟ୍ ପୋଲିସ । ହଜାର ହଜାର ଦେଶୀ ମଦ ନଷ୍ଟ, ମଦ ପ୍ରସ୍ତୁତ ସମଗ୍ରୀ ଜବଦ କରିଛି ପୋଲିସ । ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସାମ୍ନାରେ ହୋଟେଲ ଏଣ୍ଡ ଫାଷ୍ଟ ଫୁଡ୍ ରେଷ୍ଟୁରାଣ୍ଟ କିନ୍ତୁ ଭିତରେ ଦେଶୀ ମଦ କାରଖାନା ଚାଲିଥିଲା । ବେଆଇନ୍ ଭାବରେ ସହର ଭିତରେ ତିଆରି ହେଉଥିଲା ଦେଶି ମଦ । ହୋଟେଲ ପାଇଖାନାରେ ୨ ବର୍ଷ ହେବ ତିଆରି ହେଉଥିଲା ମଦ ଓ ରାଜଧାନୀ ର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିଲା । ସନ୍ଦେହ ନ ହେବା ପାଇଁ ହୋଟେଲ ମାଲିକ ସାମ୍ନାରେ ଲଗେଇଥିଲା ବୋର୍ଡ । ଗତ କିଛିଦିନ ତଳେ ସାଲିଆ ସାହିରେ ବିପୁଳ ମଦ ଜବତ କରିବା ସହ ମଦ ତିଆରି ସାମଗ୍ରୀ ଜବତ କରିଥିଲେ ଅବକାରୀ ବିଭାଗ ।