ଫେକ୍ ଆକାଉଣ୍ଟ ଖୋଲି ଏକାଧିକ ଯୁବକଙ୍କୁ ଲୁଟୁଥିଲେ ଯୁବତୀ

ଭୁବନେଶ୍ୱର: ପୋଲିସ ହାତରେ ଫେସବୁକର ଫେକ୍‌ ସୁନ୍ଦରୀ । ଭୁବନେଶ୍ୱରରୁ ବନ୍ଧା ହେଲେ ଫେସବୁକ୍‌ର ଆଞ୍ଜେଲ ପ୍ରିୟା । ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାକୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଫେକ୍ ଆକାଉଣ୍ଟ ଖୋଲି ଏକାଧିକ ଯୁବକଙ୍କୁ ଲୁଟୁଥିଲେ ଏହି ଯୁବତୀ । ସୁନ୍ଦରୀ ବେଶ ଧରି ପ୍ରେମଜାଲରେ ଫସାଉଥିଲେ ।

ଫେସବୁକରେ ନିଜ ଫଟୋ ନଦେଇ, ଅଜଣା ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଇ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଥିଲେ । କେତେବେଳେ ନିଜକୁ ଡାକ୍ତର, ଇଞ୍ଜିନିୟର, କେବେ ଅଭିନେତ୍ରୀ କହି ଯୁବକଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲା ପ୍ରିୟଙ୍କା । ପରେ ଟଙ୍କା ନେଇ ଛୁ ମାରୁଥିଲା । ସହିଦନଗର ପୋଲିସ ହାତରେ ଗିରଫ ପରେ ଜବତ ହୋଇଛି ୧ ଲକ୍ଷ ୩୩ ହଜାର ଟଙ୍କା, ମୋବାଇଲ, ଏଟିଏମ କାର୍ଡ, ବ୍ୟାଙ୍କ ପାସବୁକ ସହ ଚେକ୍‌ବୁକ । ଫେସବୁକର ଏହି ଫେକ୍‌ ସୁନ୍ଦରୀ କେତେ ଜଣକୁ ଠକିଛି ସେନେଇ ପୋଲିସ ତଦନ୍ତ ଚଳାଇଛି ।

ଏଥିସହିତ ପଢ଼ନ୍ତୁ: ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ: ୬ଜିଲ୍ଲାକୁ ୟେଲୋ ଆଲର୍ଟ

 

 

Leave a Reply