ଅପହୃତ ଓଲା ଡ୍ରାଇଭର ପିଣ୍ଟୁ ସାହୁ ଯାଜପୁରରୁ ଉଦ୍ଧାର

1 min read

ଭୁବନେଶ୍ବର: ଭୁବନେଶ୍ବରରୁ ଅପହରଣ, ଯାଜପୁରରୁ ଉଦ୍ଧାର। ପାତ୍ରପଡା ଅଞ୍ଚଳରୁ କିଡନ୍ୟାପ ହୋଇଥିବା ଟ୍ୟାକ୍ସି ଡ୍ରାଇଭର ପିଣ୍ଟୁ ସାହୁ ଯାଜପୁର ଧର୍ମଶାଳା ଥାନା ଆରୁହା ପାହାଡ ନିକଟରୁ ଉଦ୍ଧାର। ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ପାହାଡ ନିକଟ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର କରିଛି ଧର୍ମଶାଳା ପୋଲିସ।

ଉଦ୍ଧାର ସମୟରେ ଅସୁସ୍ଥ ଥିଲେ ଓଲା ଡ୍ରାଇଭର । ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ଅଣାଯାଉଛି। ପିଣ୍ଟୁକୁ ଅପହରଣ ପରେ ୧୦ ଲକ୍ଷ ଟଙ୍କା ମାଗୁଥିଲେ ଅପହରଣକାରୀ। ସ୍ତ୍ରୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ମାଗୁଥିଲେ ଅପହରଣକାରୀ। ଭିଡିଓ କଲ ଜରିଆରେ ସ୍ୱାମୀକୁ ମାଡ଼ ମାରି ସ୍ତ୍ରୀକୁ ଦେଖାଉଥିଲେ ଅପହରଣକାରୀ।  ଗତକାଲି ରାତି ୮ ଟା ବେଳେ ପାତ୍ରପଡ଼ା ଅଞ୍ଚଳରୁ ପିଣ୍ଟୁଙ୍କୁ କରାଯାଇଥିଲା ଅପହରଣ। ଏକ କାରରେ ପିଣ୍ଟୁଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଅଧିକ ପଢନ୍ତୁ:- ଓଲା ଡ୍ରାଇଭରକୁ ଫିଲ୍ମ ଷ୍ଟାଇଲରେ ଅପହରଣ, ୧୦ ଲକ୍ଷ ମୁଣ୍ଡ ଜାମିନ ମାଗୁଛନ୍ତି ଅପହରଣକାରୀ