ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା

ନନ୍ଦିଘୋଷ ବ୍ୟୁରୋ: ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା । ବାପୁଜୀନଗର ଟ୍ରେନ୍ ଲାଇନରୁ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ମୃତଦେହ । ମୃତ ସାମ୍ବାଦିକା ହେଲେ ମଧୁମିତା ପରିଡା । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରୁଥିଲେ। ବିବାହ ପରେ ବାପୁଜୀନଗରରେ ଭଡ଼ାରେ ରହୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି  । ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ସ୍ବାମୀ ତାଙ୍କୁ ଧୋକା ଦେବା ସହ  ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜୀବନ ହାରିବା ପୂର୍ବରୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଭିଡିଓରେ କହିଛନ୍ତି ମଧୁମିତା । ଯାହାକି ଏବେ ଭାଇରାଲ ହେଉଛି । ଆତ୍ମହତ୍ଯା ପୂର୍ବରୁ ସେ ନିଜ ମା’ ଓ ପରିବାରକୁ କ୍ଷମା ମାଗିଛନ୍ତି । ଭିଡିଓ କରିବା ପରେ ଟ୍ରେନ ଆଗକୁ ଡେଇଁ ସାମ୍ବାଦିକା ଜଣଙ୍କ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ତରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧଚମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ତାଙ୍କ ସ୍ବାମୀ। କ୍ୟାପିଟାଲ ଥାନା ଓ ଜିଆରପି ଘଟଣାର ତଦନ୍ତ ଜାରି ରଖିଛନ୍ତି ।