କୋରାପୁଟ ବାସୀଙ୍କ ପାଇଁ ଖୁସି ଖବର, ଉଡିବ ଦ୍ୱିତୀୟ ବିମାନ

1 min read

କୋରାପୁଟ: ପୁଣି କୋରାପୁଟ ବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ବର ଠାରୁ ଜୟପୁରକୁ ଖୁବଶୀଘ୍ର ଚାଲିବ ଆଉ ଏକ ବିମାନ । ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

Bhubaneswar-Jeypore direct flight services

ପୂର୍ବରୁ ଗୋଟିଏ ବିମାନ ଯିବା ଆସିବା କରୁଥିଲା । ଫଳରେ କମ ସଂଖ୍ୟକ ଯାତ୍ରୀ ଯିବା ଆସିବା କରି ପାରୁଥିଲେ । ଏହି ସମସ୍ୟା ଦୂର କରିବା ପାଇଁ ଆଉ ଗୋଟିଏ ବିମାନ ଉଡାଣ ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଏନେଇ ଖୁସି ପ୍ରକାଶ କରିଛନ୍ତି କୋରାପୁଟ ଜିଲ୍ଲା ବାସୀ ।