spot_img

Latest Posts

ଦ୍ବିତୀୟ ଦିନରେ ଆୟକର ବିଭାଗର ଚଢ଼ାଉ ଜାରି, କମିଶନରେଟ ପୋଲିସକୁ ଡକ୍ୟୁମେଣ୍ଟ ମାଗିଲା ଇଡି

ଭୁବନେଶ୍ବର : ରାଜଧାନୀର ବଣ୍ଟି ବବଲି କେସରେ ଦ୍ବିତୀୟ ଦିନରେ ଆୟକର ବିଭାଗର ଚଢ଼ାଉ ଜାରି । କମିଶନରେଟ ପୋଲିସକୁ ଡକ୍ୟୁମେଣ୍ଟ ମାଗିଲା ଇଡି । କନ୍ଧମାଳ ବାଲିଗୁଡାରେ ଆଜି ଚଢ଼ାଉ ଜାରି ରହିଛି । ହଂସିତାଙ୍କ ସ୍ୱାମୀ ମନୋଜ ଆଚାର୍ଯ୍ୟଙ୍କ ଘର ବାଲିଗୁଡାରେ  ଆୟକର ବିଭାଗ ପକ୍ଷରୁ ରେଡ ଚାଲିଛି । ଗତକାଲି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଥିଲା ଆୟକର ଟିମ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି । ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇନଥିବା ବେଳେ ଉଭୟ ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍‌ ଆପାର୍ଟମେଣ୍ଟରେ ରହୁଥିଲେ । ହାଇପ୍ରୋଫାଇଲ ଲୋକଙ୍କ ସହ ସବୁ ଫଟୋକୁ ସେୟାର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲେ । ଗତ ଜାନୁୟାରୀ ମାସରେ ଅନୀଲଙ୍କ ଜନ୍ମ ଦିନରେ ତାଙ୍କୁ ୪ କୋଟି ୩୦ ଲକ୍ଷ ଟଙ୍କାର କାର୍‌ ଗିଫ୍ଟ ଦେଇଥିଲେ ହଂସିତା । ଉକ୍ତ ଟଙ୍କାକୁ ସେ କ୍ୟାସ ଆକାରରେ ଦେଇଥିଲେ। ଏହାକୁ ନେଇ ସେ ଆୟକର ବିଭାଗ ଓ କମିଶନରେଟ ପୋଲିସ ନଜରକୁ ଆସିଥିଲେ ।

Latest Posts

Don't Miss