୪୪.୨ ଡିଗ୍ରୀ ସହ ବିଶ୍ୱର ଉତ୍ତପ୍ତ ସହର ଭୁବନେଶ୍ୱର, ରାଜ୍ୟର ୧୩ ସହରରେ ପାରଦ ୪୧ ଡିଗ୍ରୀ ପାର୍
1 min readଭୁବନେଶ୍ୱର: ବିଗିଡ଼ିବାରେ ଲାଗିଛି ପରିବେଶ । ହ୍ରାସ୍ ହେଉଛି ଜୈବ ବିବିଧତା । ଯାହାର ସିଧାସଳଖ ପ୍ରଭାବ ପଡ଼ୁଛି ପରିବେଶ ଉପରେ । ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ତାପମାତ୍ରା । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ବୃଦ୍ଧିର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଜି ରାଜଧାନୀର ତାପମାତ୍ର ୪୪.୨ ଡିଗ୍ରୀ ରହିଛି । ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ।
#13stations of Odisha recorded more than 41°C, #Bhubaneswar with 44.2°C tops the list#Baripada 43.6°C #Balasore 43°C #Chandbali 42.6°C, #Talcher 42.5°C, #Malkangiri, #Gajapati & #Boudh 42°C #Angul 41.7°C #Bolangir & #Bhawanipatna 41.5°C #Titlagarh & #Nayagarh 41.2°C pic.twitter.com/pifeQ1oqrB
— Meteorological Centre, Bhubaneswar (@mcbbsr) March 31, 2021
ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱରରେ ପାରଦ ସର୍ବାଧିକ ୪୪.୨ ଡିଗ୍ରୀ ଥିବାବେଳେ ବାରିପଦାରେ ପାରଦ ୪୩.୬ ଡିଗ୍ରୀ, ବାଲେଶ୍ୱରରେ ୪୩ ଡିଗ୍ରୀ, ଚାନ୍ଦବାଲିରେ ୪୨.୬ ଡିଗ୍ରୀ, ତାଳଚେରରେ ୪୨.୫ ଡିଗ୍ରୀ, ମାଲକାନଗିରି, ଗଜପତି ଓ ବୌଦ୍ଧରେ ୪୨ ଡିଗ୍ରୀ, ଅନୁଗୁଳରେ ୪୧.୭ ଡିଗ୍ରୀ, ବଲାଙ୍ଗିର ଓ ଭବାନୀପାଟଣାରେ ୪୧.୫ ଡିଗ୍ରୀ, ଟିଟିଲାଗଡ଼ ଓ ନୟାଗଡ଼ରେ ୪୧.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
7 Day's weather forecast for #Capital City starting from today (31st March 2021) pic.twitter.com/07na3Ow3x0
— Meteorological Centre, Bhubaneswar (@mcbbsr) March 31, 2021
ଏଥିସହ ପଢ଼ନ୍ତୁ- ତାତିରୁ ନାହିଁ ଆଶ୍ୱସ୍ତି, ଆଉ ୨ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ
ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ୨୦୧୬ରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଥିଲା । ୧୯୬୩ ମସିହା ଫେବ୍ରୁଆରୀ ମାସରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ଥିଲା । ଆଜିର ତାପମାତ୍ରା ପୂର୍ବ ସବୁ ରେକର୍ଡକୁ ଅତିକ୍ରମ କରିଛି ।