କଲବଲ କରୁଛି ତାତି: ଆଜି ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର

ନନ୍ଦିଘୋଷ ବ୍ୟୁରୋ: ମୌସୁମୀ ଗାଏବ । କଲବଲ କରୁଛି ତାତି ।  ଆଜି ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଦିନ ୨ ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୩୯.୪ ଡିଗ୍ରୀ ପାରା ରହିଛି । ସମ୍ବଲପୁରରେ ୩୯ ଡିଗ୍ରୀ ରେକର୍ଡ ହୋଇଛି । ବାଲେଶ୍ଵରରେ ୩୮.୪, ହୀରାକୁଦରେ ୩୮.୪, ଚାନ୍ଦବାଲିରେ ୩୮, ରାଉରକେଲାରେ  ୩୭.୨ ଡିଗ୍ରୀ ପାରା ରହିଛି ।