ଉଗ୍ର ହେଉଛି ପଟିଆ ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ : ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା

ଭୁବନେଶ୍ୱର : ଉଗ୍ରରୂପ ନେଲା ଭୁବନେଶ୍ବର ପଟିଆ ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା । ବାପ ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ ଅଭିଯୁକ୍ତ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର, ବୋତଲ ସହ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ଆକ୍ରମଣ ହୋଇଛି । ଆକ୍ରମଣରେ ବାପପୁଅ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ପଦ୍ମକେଶରପୁର ପୁରୁଷ ଶୂନ୍ୟ ହୋଇଯାଇଛି । ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ଉତ୍ତେଜନା ଲାଗିରହିଥିବାରୁ ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନପରଠୁ ଗାଁରେ ହିଂସା ଲାଗିରହିଛି । ଗତ ସେପ୍ଟେମ୍ବରରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଘଟଣାରେ ଉଭୟ ପକ୍ଷର ପାଖାପାଖି ୨୦ ଜଣଙ୍କୁ ଗିରଫ କରିଥିଲା ପୋଲିସ ।