ଗଡ଼କଣ ଅଳିଆ ଗଦା ଆଗରେ ଗର୍ଜିଲେ ଜନତା, ପ୍ଲାଣ୍ଟର ଗେଟରେ ତାଲା ପକାଇ ଆନ୍ଦୋଳନ

ଭୁବନେଶ୍ବର : ପ୍ରତିବାଦ ନୁହେଁ ପକାଇଲେ ତାଲା । ଗାଡକଣ ଅଳିଆ ଗଦା ଗେଟ୍ ଆଗରେ ଗର୍ଜିଲେ ଜନତା । ରାଜ୍ଯ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ଅଭିଯୋଗ । ୨୪ ଘଣ୍ଟା ନୁହେଁ ବର୍ଷେ ପରେ ହଟିଲାନି ଅଳିଆ ଗଦା । ବିଏମସି ଫଣ୍ଡାରେ ନେତା, ମନ୍ତ୍ରୀ ଓ କମିଶନରଙ୍କ ଘରେ ଅଳିଆ ଫିଙ୍ଗିବେ ଜନତା । ଅଳିଆ ଗଦା ହଟାଓ, ସୈନିକ ସ୍କୁଲ ବଞ୍ଚାଓ ଅଭିଯାନର ଗାଡକଣ ଅଳିଆ ଗଦା ଗେଟ ଆଗରେ ଜନ ପ୍ରତିବାଦ । କିଏ ନାକରେ ରୁମାଲ ବାନ୍ଧିଛି ତ, ଆଉ କିଏ ମୁହରେ ଶାଢୀ ବାନ୍ଧିଛି । ପ୍ରତିବାଦ ବେଳେ ଅଳିଆ ଗନ୍ଧରେ ଅଚେତ ହେଲେ ଲୋକେ । ପ୍ରବେଶ ଦ୍ବାରାର ତାଲା ପକାଇବା ସହିତ ଅଳିଆ ଗାଡିକୁ ଅଟକାଇଲେ । ଏକ ଘଣ୍ଟା ଧରି ଚାଲିଲା ପ୍ରତିବାଦ । ଅଳିଆ ଗଦା ଯୋଗୁଁ ଅଞ୍ଚଳର ପ୍ରାୟ ୧୦ କିମି ପରିଧିରେ ବଞ୍ଚିବା ଦୁର୍ବିସହ ହୋଇ ପଡିଛି । ଆଗକୁ ବର୍ଷା ହେଲେ ସ୍ଥିତି ସଂଗୀନ ହେବ । ପଳାଶୁଣିରେ ଶୁଖିଲା ପ୍ରୋସେସିଂଙ୍ଗ ୟୁନିଟ କାମ ସରିଥିଲେ ବି ସରକାର କାର୍ଯ୍ୟକ୍ଷମ କରୁ ନଥିବା ଅଭିଯୋଗ ହୋଇଛି ।
ଗାଡକଣରେ ଅଳିଆ ଗଦାକୁ ନେଇ ପୂର୍ବରୁ ବିଜେପି ସରକାର ବିରୋଧୀରେ ଥିବା ବେଳେ ସତ୍ୟାଗ୍ରହ କରିଥିଲେ । ସରକାରକୁ ଆସିଲେ ୨୪ ଘଣ୍ଟାରେ ଅଳିଆ ଗଦା ହଟେଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏବେ ସରକାରକୁ ବର୍ଷେ ପୁରିବ । କିନ୍ତୁ ଅଳିଆ ଗଦା ହଟିଲା ନାହିଁ । ଗାଡକଣକୁ ଏବେ ଦୈନିକ ୩୫୦ ମେଟ୍ରିକ ଟନ ଶୁଖିଲା ଓ ଓଦା ଅଳିଆ ଆସୁଛି । ବିଏମସିକ କମିଶନରଙ୍କ ସହ ବୈଠକ ପରେ ଜୁନ ଶୁଦ୍ଧା ପଳାଶୁଣି ପ୍ରୋସେସିଙ୍ଗ ୟୁନିଟ କାର୍ଯ୍ଯକ୍ଷମ ହେବ କହିଥିଲେ । ତେବେ କାର୍ଯ୍ଯକାରୀ ହୋଇ ନଥିବାରୁ ଆଗକୁ ବିଏମସି ଫଣ୍ଡାରେ ନେତା, ମନ୍ତ୍ରୀ ଓ କମିଶନରଙ୍କ ଘରେ ଅଳିଆ ଫିଙ୍ଗିବେ ବୋଲି ଚେତାବନୀ ଦେଇଛନ୍ତି । ଅଳିଆ ଗଦା ହଟେଇବେ କଣ ଓଲଟି ସୈନିକ ସ୍କୁଲକୁ ଏଠୁ ହଟାଇବା ପାଇଁ ବିଜେପି ସରକାର ଷଡ଼ଯନ୍ତ୍ର କରୁଛି ବୋଲି ଭୁବନେଶ୍ବର ଉନ୍ନୟନ ପରିଷଦ ଅଭିଯୋଗ କରିଛି ।