spot_img

Latest Posts

୭୩ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ପାଳିତ ହୋଇଛି ରାଜଧାନୀର ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସ ଅବସରରେ ପିଏମଜି ଛକରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବାଚସ୍ପତିଙ୍କ ସମେତ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ହାସ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ଜିଲ୍ଲାପାଳ ସନତ ମହାନ୍ତି ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ୧୯୪୮ ମସିହା ଆଜିର ଦିନରେ ମାତ୍ର ୧୪ ହଜାର ଲୋକଙ୍କୁ ନେଇ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଦେଢକୋଟି ଲୋକ ରାଜଧାନୀରେ ରହିବା ପାଇଁ ଭିତ୍ତିଭୂମି ରହିଛି। କାଳକ୍ରମେ ଲୋକସଂଖ୍ୟା ବୃଦ୍ଧି ହେବା ସହ ଭିତ୍ତିଭୂମିର ବିକାଶ ହୋଇଛି। ରାଜଧାନୀରେ ଆଇଟି ହବ ହୋଇଛି। ବଡବଡ ଅଟ୍ଟାଳିକା ଛିଡା ହୋଇଛି। ରାଜଧାନୀ ଭୁବନେଶ୍ବର ବିଶ୍ବସ୍ତରୀୟ ସହରରେ ପରିଣତ ହେବା ସହ ସ୍ବାସ୍ଥ୍ୟ ସେବାରେ ଏକ ମାଇଲଖୁଣ୍ଟ ହୋଇଥିବା ବାଚସ୍ପତି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ନେବାପରେ ସହରର ବିକାଶ ଦୃତଗତିରେ ଆଗେଇ ଚାଲିଛି। ଯେଉଁ ଲକ୍ଷନେଇ ଭୁବନେଶ୍ୱର କୁ ରାଜଧାନୀ କରାଯାଇଥିଲା ତାହା ସାକାର ହୋଇଥିବା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ସୁନିଲଙ୍କ ସ୍ଥାନରେ ସୁଶୀଲ, ମଙ୍ଗଳବାର ନେବେ CEC ଦାୟିତ୍ବ

Latest Posts

Don't Miss