ଗିରଫ ହେଲେ ଭୁବନେଶ୍ୱରର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନ

ଭୁବନେଶ୍ୱର: ଗିରଫ ହେଲେ ଭୁବନେଶ୍ୱରର କୋଟିପତି ସହ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନ । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ସେଲ୍‌‌ ତାଙ୍କୁ ଗିରଫ କରିଛି । ମଙ୍ଗଳବାର ଉକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା । ଏକ କାଳିନ ୬ରୁ ଅଧିକ ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା । ଏଥିରେ ତାଙ୍କର ସାଢେ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଜବତ କରିଥିଲା ଭିଜିଲାନ୍ସ ।

ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଦୁଇ ମହଲା କୋଠା, ଅଫିସ୍‌ ତଥା ବାଲିଅନ୍ତା ଓ ବ୍ରହ୍ମପୁରରେ ଥିବା ପୈତୃକ ବାସବଭନରେ ଚଢାଉ କରିଥିଲା ଟିମ୍‌ । ନୟାପଲ୍ଲୀର ଦୁଇ ମହଲା କୋଠାରେ ଭିଜିଲାନ୍ସ ଏସପି ପହଞ୍ଚି ଛାନଭିନ କରିଥିଲେ । ରେଡ ବେଳେ ରବିନ୍ଦ୍ରନାଥ ପ୍ରଧାନଙ୍କ ପୁଅ ରସମିତ୍ ପ୍ରଧାନଙ୍କ ନାମରେ ଏକ ବିଲଡର ସଂସ୍ଥା ରହିଥିବା ଜଣାପଡ଼ିଥିଲା ।

ସେ ବାଲିଅନ୍ତା କୋଞ୍ଚିଲ ନୂଆଗାଁରେ ଏକ ବିଲ୍ଡିଂ ବା ଆପାର୍ଟମେଣ୍ଟ ନିର୍ମାଣ କରିଛନ୍ତି । ବିନା ଲୋନରେ ଏହି ୪୮ଟି ପ୍ଳାଟ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣଧୀନ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା । ଏହା ସହିତି ଟଙ୍କା, ସୁନା ଅଳଙ୍କାର, ଗାଡି ମୋଟର, ବ୍ୟାଙ୍କ ଡିପୋଜିଟ୍‌ ମଧ୍ୟ ଠାବ କରିଥିଲା ଟିମ ।

VIGILANCE

Leave a Reply