ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ । ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହେବାରୁ ବିମାନର ଜରୁରୀ ଅବତରଣ କରାଯାଇଛି । ବିମାନଟି ରାଞ୍ଚିରୁ ଚେନ୍ନାଇ ଯାଉଥିବା ବେଳେ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ଏଣୁ ବିମାନର ଜରୁରୀ ଅବତରଣ କରାଯାଇଛି। ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟଲରେ ଭର୍ତ୍ତି କରାଯାଇଛି।