ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା, ଜଗିଛନ୍ତି ୬୧ ପ୍ଲାଟୁନ ଫୋର୍ସ

ନନ୍ଦିଘୋଷ ବ୍ୟୁରୋ: ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା । ପୁରା ସହରରେ ୧୯୩ ଟି ମଣ୍ଡପରେ ଦୁର୍ଗାପୂଜା ହେଉଥିବାବ ବେଳେ ସୁରକ୍ଷା ପ୍ରଦାନ କରିବେ ୬୧ ପ୍ଲାଟୁନ ଫୋର୍ସ । ଏହା ଭିତରେ ୩ ପ୍ଲାଟୁନ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ରହିଛନ୍ତି । ୩ ଜଣ ଡିସିପି ରାଙ୍କ ଅଫିସର ମନିଟର କରିବେ। ୨୪ ଟି ମଣ୍ଡପରେ ମା’ଙ୍କ ମୂର୍ତ୍ତିରେ ସୁନା ଓ ରୂପା ଅଳଙ୍କାର ବ୍ୟବହାର ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। Drone ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ । ୪ ଟି drone ର ବ୍ୟବସ୍ଥା ହୋଇଛି । ଏସବୁକୁ ସ୍ମାର୍ଟ ସିଟି କ୍ୟାମେରା ଦ୍ୱାରା ମନିଟର କରାଯିବ। କମିଶନରେଟ ପୋଲିସର ହର୍ ଟିମ ମହିଳାଙ୍କ ସୁରକ୍ଷା ଦିଗରେ ନିୟୋଜିତ ହୋଇଛନ୍ତି । ମୋବାଇଲ ପାଟ୍ରୋଲିଂ ବ୍ୟାପକ ହୋଇଛି। ଷ୍ଟ୍ରାଇକିଂ ଫୋର୍ସ, ସ୍ପେଶାଲ ଟାକ୍ଟିକାଲ ୟୁନିଟ, ବମ୍ ଡିସ୍ପୋଜାଲ ସ୍କ୍ୱାଡ ମଧ୍ୟ ମୁତୟନ ହୋଇଛନ୍ତି। ରାଜଧାନୀବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏଭଳି ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର। ପୂଜାରେ ପ୍ରବଳ ଭିଡ଼ ହେଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବୁଲାବୁଲି କରୁଛନ୍ତି। ଭିଡ଼ ପରିଚାଳନା କରିବାକୁ ଫୋର୍ସ ମୁତୟନ ହୋଇଥିବା କହିଛନ୍ତି ପୋଲିସ କମିଶନର।