ଭୁବନେଶ୍ବର : ସୋମବାର ବାତିଲ ହୋଇଥିଲା । ଆସନ୍ତାକାଲି ପାଇଁ ବି ବାତିଲ ହେଲା ଦୁବାଇ ଫ୍ଲାଇଟ । ସପ୍ତାହକୁ ତିନି ଦିନ ଭୁବନେଶ୍ବରରୁ ଦୁବାଇ ଯାଏ ଫ୍ଲାଇଟ । ସୋମବାର, ବୁଧବାର, ଶୁକ୍ରବାର ଯାତ୍ରା କରିଥାଏ । ଗତକାଲି ଉଡାଣ ବାତିଲ କରିଥିଲା ଇଣ୍ଡିଗୋ । ଏହାକୁ ଗୋଟେ ଦିନ ପୂର୍ବରୁ ଜଣାଇ ଦିଆଯାଇଥିଲା । କୌଣସି ଯାତ୍ରୀ ହଇରାଣ ହେବାର ଖବର ନାହିଁ । ଆସନ୍ତାକାଲି ପାଇଁ ଫ୍ଲାଇଟ ବି ବାତିଲ ଅଛି ।
ଓଡ଼ିଶାର ଲୋକ ଦୁବାଇରେ କେହି ଫସି ଥିବା ଖବର ବିମାନ ବନ୍ଦର କର୍ତୃପକ୍ଷଙ୍କୁ ଜଣାଇ ଦିଆଯାଇନି । ଯଦି ସ୍ଥିତି ସ୍ୱାଭାବିକ ରହିଲା, ଶୁକ୍ରବାର ଦୁବାଇ ଫ୍ଲାଇଟ ଚାଲି ପାରେ ବୋଲି କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ।

