ଡବଲ ମର୍ଡର ପଛର ସାଂଘାତିକ ସତ: ସେୟାର ବଜାରରେ କ୍ଷତି ଯୋଗୁଁ ବଂଶ ସଫା କରିଦେଲେ ସୈତାନ ସ୍ୱାମୀ

1 min read

ଭୁବନେଶ୍ୱର: କଳିଙ୍ଗନଗର ଡବଲ ମର୍ଡରର ପର୍ଦ୍ଦାଫାସ । ସେୟାର ବଜାର କାରବାରରେ କ୍ଷତି ଯୋଗୁଁ ପରିବାରକୁ ସଫା କରିବାରକୁ ସ୍ୱାମୀ କରିଥିଲା ପ୍ଲାନ । ପତ୍ନୀ ଓ ପୁଅକୁ ମାରି ନିଜେ ମରିବାକୁ କରିଥିଲା ଯୋଜନା । ପତ୍ନୀ ଓ ପୁଅକୁ ଶେଷ କରିଦେଲା ପରେ ନିଜକୁ ମାରିବାକୁ ଚେଷ୍ଟା ବି କରିଥିଲା ହେଲେ ସଫଳ ହୋଇନଥିଲା । ଭଣଜାକୁ ମେସେଜ କରି ହତ୍ୟା ସମ୍ପର୍କରେ କହିଥିଲା । ସେପଟେ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଅବନ୍ତି ମଙ୍ଗରାଜକୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ତମାଣ୍ଡୋ ଥାନା ପୋଲିସ ।

ବଂଶ ବୁଡ଼ାଇଦେଲା ସଇତାନ ସ୍ୱାମୀ । ସ୍ତ୍ରୀ ଓ ପୁଅର ତଣ୍ଟି ଚିପିଦେଲା । ହତ୍ୟା ପରେ ଭଣଜାକୁ କଲା ମେସେଜ । ସେୟାର ମାର୍କେଟରେ କ୍ଷତି ଯୋଗୁଁ ସଫା କରିଦେଲା ପରିବାର । ଭୁବନେଶ୍ୱର କଳିଙ୍ଗନଗର କେ-୪ ପ୍ଳଟ ନମ୍ବର ୩୩୪ ଡବଲ ମର୍ଡରର ରହସ୍ୟ ଖୋଲିଛି ପୋଲିସ । ସେୟାରବଜାର କାରାବାର କ୍ଷତି ଯୋଗୁଁ ଆର୍ଥିକ ସମସ୍ୟାରେ ଥିଲା ହତ୍ୟାକାରୀ ସ୍ୱାମୀ ଅବନ୍ତି ବିଜୟା ମଙ୍ଗାରଜ । ଦୁଶ୍ଚିନ୍ତାରୁ ପରେ ନେଇଥିଲା ଚରମ ନିଷ୍ପତ୍ତି । ପରିବାରକୁ ମାରି ନିଜେ ମରିବାକୁ କରିଥିଲା ଯୋଜନା । ରାତିରେ ସ୍ତ୍ରୀ ସ୍ୱର୍ଣ୍ଣଲତା ଓ ପୁଅର ଖାଦ୍ୟରେ ମିଶାଇଥିଲା ଟାବଲେଟ୍ । ଅପରାହ୍ନ ୩ଟାରେ ଶୋଇଥିବା ଅବସ୍ଥାରେ ପତ୍ନୀ ଓ ପୁଅକୁ କରିଥିଲା ହତ୍ୟା । ପରେ ନିଜକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇନପାରି ମାରିଥିଲା ଫେରାର । ଆଉ ଭଣଜାକୁ ମେସେଜ କରି କହିଥିଲା ହତ୍ୟାକାଣ୍ଡର ସତ ।

ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ଓ ଭୁବନେଶ୍ବର ଡିସିପି ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ସେପଟେ ହତ୍ୟାକାରୀ ସ୍ବାମୀକୁ ଅବନ୍ତିଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି ତମାଣ୍ଡୋ ଥାନା ପୋଲିସ । ଖୋର୍ଦ୍ଧା ରାଇପୁରର ଅବନ୍ତି, ଏୟାରଫିଲ୍ଡ ଥାନା ଅଧିନ ଓରକଲ ଗାଁର ସ୍ୱର୍ଣ୍ଣଲତାଙ୍କୁ କରିଥିଲେ ବିବାହ । ତାଙ୍କର ଏକ ଦଶ ବର୍ଷର ପୁଅ ଥିଲା । ଘର ସଂସାର ଠିକାଠାକ ଚାଲୁଥିବା ବେଳେ ଏଭଳି ନିଷ୍ପତ୍ତି ନେବାର କାରଣ କଣ ? ସେୟାର ବଜାରରେ କ୍ଷତି ନାଁ ଅନ୍ୟ ବିବାଦ ପାଇଁ କରିଥିଲେ ହତ୍ୟା ? ଅଧିକ ତଦନ୍ତ ପରେ ଜଣାପଡିବ ସତ୍ୟାସତ୍ୟ ।

Leave a Reply