ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ସ୍ବପ୍ନ , ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଯିବ ଫ୍ଲାଇଟ୍
1 min read![](https://nandighoshatv.com/wp-content/uploads/2023/04/ସିଙ୍ଗାପୁର-ବ୍ୟାଙ୍କକକୁ-ସିଧା-ଫ୍ଲାଇଟ୍-1024x576.jpg)
ଭୁବନେଶ୍ବର : ବିଶ୍ବସ୍ତରୀୟ ହେଉଛି ଓଡ଼ିଶା । ପୂରଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ସ୍ବପ୍ନ । ଏଣିକି ସିଧାସଳଖ ବିଦେଶକୁ ଉଡିବ ବିମାନ । ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଯିବ ଫ୍ଲାଇଟ୍ । ଜୁନ ୩ରୁ ସପ୍ତାହକୁ ଦୁଇଥର ଉଡାଣ ଭରିବ ଇଣ୍ଡିଗୋ ।
ଉପକୃତ ହେବେ ସିଙ୍ଗାପୁର ଓ ବ୍ୟାଙ୍କକ ଯିବାକୁ ଚାହୁଁଥିବା ଯାତ୍ରୀ । ଖୁବଶୀଘ୍ର ଟିକେଟ୍ ବିକ୍ରି ଆରମ୍ଭ ହେବ । ଯିବା ଆସିବା ପାଇଁ ଟିକେଟ୍ ମୂଲ୍ୟ ୧୫ହଜାର ରହିଛି । ଏହି ଫ୍ଲାଇଟ୍ ଉଡ଼ିଲେ ପର୍ଯ୍ୟଟନ, ନିଯୁକ୍ତି ଓ ଅଧିକ ନିବେଶ ଉପରେ ମିଳିବ ପର୍ଯ୍ୟାପ୍ତ ସୁଯୋଗ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଲେ 5T ସଚିବ । ସେହିପରି ୧୫ ମେ’ରୁ ଦୁବାଇକୁ ଉଡ଼ିବ ବିମାନ ।