ରାତିରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ

ଭୁବନେଶ୍ବର : ରାତିରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ । ଭୁବନେଶ୍ବର ଖାରବେଳ ନଗରରେ ଅଭାବନୀୟ ଘଟଣା। ସ୍ଥାନୀୟ ପଞ୍ଜାବୀ କଲୋନୀରୁ ମିଳିଛି ୨ ଯୁବକଙ୍କ ମୃତଦେହ। ୨ ମୃତକ ମୋ ପିଠା ନାମକ ସଂସ୍ଥାରେ କାମ କରୁଥିଲେ। ଘଟଣାସ୍ଥଳରେ ଖାରବେଳ ନଗର ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି । ଯୁବକଙ୍କ ମୃତ୍ଯୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ଘର ମାଲିକଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରାଯାଉଛି । ଏହାସହ ମୋ ପିଠା ସଂସ୍ଥାର ମାଲିକଙ୍କୁ ଡକାଯାଇଛି ବୋଲି ପୋଲିସ କହିଛି । ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । ମୃତକଙ୍କ ପରିବାର ମଧ୍ୟ ଥାନାରେ ପହଞ୍ଚିଛନ୍ତି ।