ଛିନତାଇ ଘଟଣାର ହେବ ଟିଆଇ ପରେଡ଼, ସହଜରେ ମିଳିବନି ଜାମିନ

ଭୁବନେଶ୍ବର: ଲୁଟେରା କହିବ ଲୁଟର ସତ । ଛିନତାଇ ଘଟଣାର ହେବ ଟିଆଇ ପରେଡ଼ । ପ୍ରପର୍ଟି ଅଫେନ୍ସ ଘଟଣାରେ ଥାନାଧିକାରୀ ଓ ଆଇଓଙ୍କୁ ତାଗିଦ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିନା ଟିଆଇ ପରେଡ଼ରେ ହସ୍ତାନ୍ତର ହେବନି ଜବତ ସାମଗ୍ରୀ । ଯାହାକି ବିଚାର ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏଭଳି ଟିଆଇ ପରେଡ କରାଯିବା ଦ୍ବାରା ସହଜରେ ଜାମିନରେ ଖସିପାରିବେନି ଅଭିଯୁକ୍ତ । ଟିଆଇ ପରେଡ଼ ନହେବାରୁ ଜବତ ସାମଗ୍ରୀ ଅଦଳବଦଳ ହେଉଥିବା ନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାଦ୍ୱାରା ଦଣ୍ଡବିଧାନ ହାର ମଧ୍ୟ ବଢିବ ।