ଭୁବନେଶ୍ୱର ଓ କଟକରେ ସିମବକ୍ସ ଜବତ ଘଟଣା: କଟକ ରୋଡରେ ଏକ ହୋଟେଲରେ ରେଡ୍

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱର ଓ କଟକରେ ସିମ ବକ୍ସ ଜବତ ଘଟଣା । କଟକ ରୋଡରେ ଲିଙ୍ଗରାଜ ହୋଟେଲରେ ପୋଲିସର ଛାନଭିନ। ଅସଦୁର ଜମାନ ଓ ରାଜୁ ମଣ୍ଡଳ ଲିଙ୍ଗରାଜ ହୋଟେଲରେ ଥିବା ଖବର ପାଇବା ପରେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ହୋଟେଲରେ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଅସଦୁର ଜମାନ ଓ ରାଜୁ ମଣ୍ଡଳ ଏଠାରେ କେତେଦିନ ରହିଥିଲେ। ହୋଟେଲରେ କଣ କରୁଥିଲେ। କେଉଁ ଲୋକ ତାଙ୍କୁ ଦେଖା କରିବାକୁ ଆସୁଥିଲା । ସେନେଇ ବିସ୍ତୃତ ତଥ୍ଯ ସଂଗ୍ରହ କରୁଛି ପୋଲିସ । ହୋଟେଲ କର୍ମଚାରୀଙ୍କୁ ମଧ୍ଯ ପଚରାଉଚରା କରାଯାଉଛି ।

ରବିବାର କଟକରୁ ସିମବକ୍ସ ଠାବପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ଯକର ତଥ୍ଯ । କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ । ଅସଦୁର ହିଁ କଟକର ଭଡ଼ାଘରେ ଖଞ୍ଜିଥିଲା ସିମବକ୍ସ । କଟକ ରାଜେନ୍ଦ୍ର ନଗରରୁ ସିମବକ୍ସ ଜବତ ପରେ ଏଭଳି ସାଂଘାତିକ ସୂଚନା ଦେଇଛି କମିଶନରେଟ ପୋଲିସ । ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଏକ ଭଡା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ଘର ଭଡ଼ା ନେଇଥିଲା ରାଜୁ । ମାସିକ ଆଠ ହଜାର ଟଙ୍କା ଫୋନ୍ ପେରେ ଘର ଭଡ଼ା ଦେଉଥିଲା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସଦୁର ଜମାନ କଟକ ଆସିଥିଲା । ଏହି ଭଡ଼ା ଘରେ ସେ ସିମବକ୍ସ ଖଞ୍ଜିଥିବା ବେଳେ ରାଜୁ ଏହାର ରକ୍ଷଣାବେକ୍ଷଣ କରୁଥିଲା । ଅସଦୁର ଭାରତକୁ ଭିସା କରି ଓଡ଼ିଶା ଆସିଥିଲା । ଏହାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା । ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା ।